ମହାପ୍ରଭୁଙ୍କ ରଥ ପାଇଁ ରେଢ଼ାଖୋଲରୁ ଗଲା କାଠ

0
37
ମହାପ୍ରଭୁ

ରିପୋର୍ଟ, ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୯/୦୫) : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରେଢାଖୋଲରୁ ଗଲା ରଥକାଠ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ରେଢାଖୋଲରୁ ତୃତୀୟ ଥର ପାଇଁ ଯାଇଛି ।

ରେଢ଼ାଖୋଲ ବନଖଣ୍ଡରୁ ୧୭୩ ଖଣ୍ଡ ରଥକାଠ ପୁରୀ ଯାଇଛି। ଖୋଲଗଡ ଜଙ୍ଗଲରୁ ୪୦ ଫୁଟର ୩୫ ଖଣ୍ଡ, ଧଉରା ଓ ଅସନ କାଠ ଓ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ସଡ଼ଠାରୁ ୧୩୮ ଖଣ୍ଡ ୧୨ଫୁଟ ଓ ୩ ଫୁଟର କାଠ ଯାଇଛି। ରେଢାଖୋଲ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ନାମ ସଙ୍କୀର୍ତ୍ତନ ହୁଳହୁଳି ପ୍ରକମ୍ପରେ ରଥକାଠ ମହାପ୍ରଭୁଙ୍କ ପାଖକୁ ପଠାଯାଇଥିଲା ।

Leave a Reply