ଗୁଣୁପୁର ପୁରୀ ଟ୍ରେନ ର ଏସି ବଗି ରେ ନିଆଁ ଲାଗି କିଛି ସମୟ ଅଟକିଲା କାଶୀନଗରରେ 

0
82
ଗୁଣୁପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୪) : ପୁରୀ ଠାରୁ ଗୁଣୁପୁର ଯିବା ଟ୍ରେନ ଯାହାର ନଂ ୧୮୪୧୭ ଟ୍ରେନ ରେ ହଠାତ ବି ୧ ଶୀତ ତାପ ନିୟନ୍ତ୍ରିତ ବଗି ର ବ୍ରେକ ସୁ ରେ ନିଆ ଲାଗିଯିବ ହେତୁ ଯାତ୍ରୀ ମାନେ ନାନା ହଇରାଣ ହେଉଥିବା ଦୃଶ୍ୟମାନ ହେଉଛି ।

ଠିକ ସାଢେ ନ (୯.୩୦) ରାତି ସମୟରେ ଅକସ୍ମାତ ବ୍ରେକ ସୁ ରେ ନିଆଁ ଲାଗିବା ହେତୁ ବର୍ତମାନ ପର୍ଯ୍ୟନ୍ତ ଅଟକି ରହିଛି. ଖବର ଲେଖିବା ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା । ପ୍ରାୟ ରାତି ୧୦ ଘଣ୍ଟା ସମୟରେ ଗୁଣୁପୁର ଅଭିମୁଖେ ଗତି କରିଥିଲା । ଗୁଣୁପୁର ରେଳ ଲାଇନ ରେ ଟ୍ରେନ ଚାଲିବା ଦିନ ଠାରୁ ଆଜି ପ୍ରଥମେ ଏଭଳି ଘଟଣା ଘଟିଛି । ପ୍ରଚଣ୍ଡ ରୁଦ୍ର ତାପ ଯୋଗୁଁ ଲୋକେ ହନ୍ତ ସନ୍ତ ହେଉଥିବାରୁ ଶୀତ ତାପ ନିୟନ୍ତ୍ରଣ ବୋଗୀ ର ଅଧିକ ବ୍ୟବହାର ହେଉଛି ଏଣୁ ଏଭଳି ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି ।