ବିଦ୍ୟୁତ୍ ସେବାରୁ ବଞ୍ଚିତ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

0
21
ବିଦ୍ୟୁତ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୦୯/୦୫) : ଓଡିଶା ସରକାରଙ୍କ ୨୪ ବର୍ଷ ଶାସନ ପରେ ବି ବିଦ୍ୟୁତ୍ ସେବାରୁ ବଞ୍ଚିତ ବାଲିଟାଙ୍ଗରି ଗ୍ରାମବାସୀ । ଶେଷରେ ଭୋଟ ବର୍ଜନର ନେଲେ ନିଷ୍ପତି ।

ଗୋଟିଏ ପଟେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଭୋଟ ବର୍ଜନର ଅଭିଯୋଗ ପତ୍ର ଦାଖଲ ଚାଲିଛି । ଏହିଭଳି ଅଭାବନୀୟ ପ୍ରତିଛବି ଦେଖି ବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ । ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଆଠ ବର୍ଷ ଧରି ଲୋକେ ଅନ୍ଧାର ମୂଲକରେ ଜୀବନ ଯାପନ କରୁଥିବା ବେଳେ ବାରମ୍ବାର ସମସ୍ୟା ନେଇ ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ ସୁଧା ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ତେଣୁ ବାଧ୍ୟ ହୋଇ ଭୋଟ ବର୍ଜନର ନିଷ୍ପତି ନେବା ସହିତ ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply