ବହୁ ପ୍ରତିକ୍ଷିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି

0
19
ବହୁ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ, (୦୯/୦୫) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅନ୍ତର୍ଗତ ସିରୋଲ ଗ୍ରାମର ବହୁ ପ୍ରତିକ୍ଷିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା lWhatsApp Image 2024 05 09 at 17.32.34 ବହୁ ପ୍ରତିକ୍ଷିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଉକ୍ତ କଳସ ଯାତ୍ରାରେ ଡବ୍ଲୁଡିସି ସଦସ୍ୟ ଶ୍ରୀ ହଂସରାଜ ଜୈନ,ପୂର୍ବତନ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଲଳିତା ଜୈନ, ସରପଞ୍ଚ ଶ୍ରୀମତୀ ଲୁଚନା ବଗର୍ତ୍ତୀ ସହିତ ଗ୍ରାମବାସୀ ଯୋଗଦାନ କରିଥିଲେ l ଉକ୍ତ ମନ୍ଦିର ପ୍ରତିଷ୍ଠାର ମୁଖ୍ୟକର୍ତ୍ତା ଶ୍ରୀ ଲମ୍ବୋଦର ବଗର୍ତ୍ତୀ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲୁଚନା ବଗର୍ତ୍ତୀ ଅଛନ୍ତି l କର୍ତ୍ତା ବେଣୁ ନାଗ ତାଙ୍କ,ବିମଳା ନାଗ,ସିଦ୍ଧେଶ୍ଵର ହାତୀ,ଶୁଭ ହାତୀ, ଥିର ନାଗ,ଦୁର୍ମିଲା ନାଗ, ମାଧବ ବାଗ, ମମତା ବାଗ କର୍ତ୍ତା ଅଛନ୍ତି l ପୂଜକ ଅଛନ୍ତି ଶ୍ରୀ ଚନ୍ଦ୍ରଧ୍ଵଜ ମିଶ୍ର,ନିମାଇଁ ମିଶ୍ର, ଦେବେନ୍ଦ୍ର ମିଶ୍ର, ସିଦ୍ଧାନ୍ତ ପାଢ଼ୀ, ସୁନୀଲ ମିଶ୍ର, ବିଜୟ ବେଦବାଗ, ଚକ୍ରଧର ପଣ୍ଡା, ଦୁଃଶାସନ ପାଣିଗ୍ରାହୀ, ଚିତ୍ରସେନ ପାଣିଗ୍ରାହୀ l

ସିରୋଲ ଓ ଡୁଙ୍ଗୁରିଗୁଡା ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ମନ୍ଦିର ପ୍ରତିଷ୍ଠାର କାର୍ଯ୍ୟକ୍ରମରେ ନାମଯଜ୍ଞ, କୁମ୍ଭଭରଣ, ମନ୍ଦିର ପ୍ରତିଷ୍ଠା, ଘୃତଯଜ୍ଞ ରହିଅଛି l କମିଟି ସୂଚନା ଅନୁସାରେ ତା.୧୩/୦୫/୨୦୨୪ ପର୍ଯ୍ୟନ୍ତ ଯଜ୍ଞ ଚାଲୁ ରହିବାର ସ୍ଥିରିକୃତ ହୋଇଅଛି l

Leave a Reply