ସାପ କାମୁଡାରେ ଶିଶୁର ଜୀବନଗଲା

0
17
ସାପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୧୦/୦୫) : ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ’ରେ ଘଟିଛି ଅଘଟଣ ।

ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ’ର ଶାନ୍ତି କୋରା ନିଜର ପରିବାର ସହ ହିଳୁଙ୍ଗ ଗାଁ’ରେ ରହି ମାଗି ଯାଚି ଚଳୁଥିଲେ । ତେବେ ଆଜି ସକାଳୁ ତାଙ୍କ ସାଢେ଼ ତିନି ବର୍ଷର ପୁଅ ଘର ଆଗରେ ଖେଳୁଥିବା ସମୟର ଏକ ନାଗ ସାପ ପଶି ଆସିଥିଲା । ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

Leave a Reply