ସିନେ ତାରକା ଙ୍କ ସହ ରୋଡ ସୋ କରି ବିଜେଡି ଦଳ ର ସଂକଳ୍ପ ସମାବେଶ ଅନୁଷ୍ଠିତ

0
49
ସିନେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୯/୦୫) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରୁ ଚଳିତ ନିର୍ବାଚନ ରେ ବିଜେଡି ଦଳ ତରଫରୁ ବିଧାୟିକା ଟୁକୁନି ସାହୁ ଓ ରାଜ୍ୟ ସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ମିଳିତ ଉଦ୍ୟମ ରେ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 05 09 at 20.28.54 ସିନେ ତାରକା ଙ୍କ ସହ ରୋଡ ସୋ କରି ବିଜେଡି ଦଳ ର ସଂକଳ୍ପ ସମାବେଶ ଅନୁଷ୍ଠିତ

ସିନେ ତାରକା ଙ୍କ ସହ ରୋଡ ସୋ କରି ବିଜେଡି ଦଳ ର ସଂକଳ୍ପ ସମାବେଶ ଅନୁଷ୍ଠିତ । ସ୍ଥାନୀୟ ଆଇ ସି ଡି ଏସ ରେ ଆଖ,ପାଖ ତଥା ଦୂର, ଦୁରାନ୍ତ ରୁ ବିପୁଳ ଜନ ସମାଗମ ରେ ଏକ ଶୋଭାଯାତ୍ରା ରେ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ଙ୍କ ଘରୁ ବାହାରି ନଗର ପରିକ୍ରମା କରାଯାଇ ଥିଲା । ବିପୁଳ ଜନ ସମାଗମ ରେ ଶୋଭାଯାତ୍ରା ସ୍ଥାନୀୟ ଆଇ ସି ଡି ଏସ ରେ ପହଞ୍ଚି ବିଧାୟିକା ଟୁକୁନି ସାହୁ ଉପସ୍ଥିତ ଜନ ସାଧାରଣଙ୍କୁ ମହିଳା ସଶକ୍ତି କରଣ ର ମୁଁ ଉଦାହରଣ ସୃଷ୍ଟି କରି ପାରିଛି ବୋଲି ଉଦବୋଧନ ଦେଇଥିଲେ ।

ସେହିପରି ଆଗାମୀ ଦିନରେ ସୁରେନ୍ଦ୍ର ସିଂ ଭୋଇ ଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଭୋଟ ଦାନ କରିବା ଓ ବିଧାୟିକା ଭାବରେ ଉଭୟ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ଵତ ଯୋଶୀ,ଓଡ଼ିଆ ସିନେମା ଜଗତ ର ସବ୍ୟସାଚୀ ଓ ଅର୍ଚ୍ଚିତା ଉଭୟ ଶୋଭା ଯାତ୍ରା ରେ ରୋଡ ସୋ କରିଥିଲେ । ସେହିପରି ଶ୍ରୀ ଭୋଇ ଅଞ୍ଚଳ ର ବିକାଶ ଏକ ମାତ୍ର ଲକ୍ଷ ବୋଲି ଉଦବୋଧନ ଦେଇଥିଲେ ।

Leave a Reply