ସେତୁ ତଳୁ ମିଳିଲା ମୃତଦେହ, ବେକରେ ବନ୍ଧା ହୋଇଥିଲା ପଥର

0
14
ସେତୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୦/୦୫) : ସେତୁ ତଳୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଯମୁନା ଢିପାରେ ଥିବା ସେତୁରୁ ।

ବେକରେ ପଥର ବାନ୍ଧି ଯୁବକକୁ କେହି ହତ୍ୟା ପରେ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଆଜି ସକାଳରେ କିଛି ଲୋକ ନଦୀକୁ ଯାଇଥିବା ବେଳେ ଯୁବକଙ୍କର ମୃତ ଦେହ ନଦୀ କୁଳରେ ଲାଗିଥିବା ଦେଖିଥିଲେ । ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ସେତୁ ତଳୁ ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଦ୍ଧାର ବେଳେ ଯୁବକଙ୍କ ବେକରେ ପଥର ବନ୍ଧା ହୋଇଥିଲା ପୁଲିସ ଦେଖିବାକୁ ପାଇଥିଲା । ପୁଲିସ ସୂଚନା ଅନୁସାରେ ମୃତ ଦେହ ପାଣି ରେ ଯେପରି ନ ଭାସେ ସେଥିପାଇଁ ଏମିତି ହତ୍ୟା କରାଯାଇଥିବା ।

Leave a Reply