ବାଇକ୍‌ରେ ଆସି SHG ମହିଳାଙ୍କ ଠାରୁ ଝାମ୍ପିନେଲେ ୫୦ ହଜାର ଟଙ୍କା

0
15
ବାଇକ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୦/୦୫) : ବାଇକ୍‌ରେ ଆସିଲେ ୩ ଯୁବକ । SHG ମହିଳାଙ୍କଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା

ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପରି ଲୁଟ୍‌ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରୁ । ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗାଁର ମାଆ ବନଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅନ୍ନପୂର୍ଣ୍ଣା ପୁଟେଲ ଓ ସଂପାଦିକା ରିତା ବାଗ ଆଜି ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ତେବେ ଗୋଲେଇଛକ ନିକଟରେ ଥିବା ଏକ କପଡା ଦୋକାନ ସମ୍ମୁଖରୁ ୩ ଜଣ ଯୁବକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ ।

ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା ଏସ୍‌ଏଚ୍‌ଜି ଗ୍ରୁପ୍‌ ହୋଇଥିବା ଜଣାପଡିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୁଲିସ୍‌। ତେବେ ଲୁଟ୍‌ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି । ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ଜଣେ ପିଇଓଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିଲା । ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିପାରିନି ପୁଲିସ୍‌ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

Leave a Reply