ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ

0
16
ରଥଯାତ୍ରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୦/୦୫) : ଆଜି କୃଷି ଅନୂକୁଳର ପର୍ବ ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଏକ ପବିତ୍ର ଦିନ ହୋଇଥିବାରୁ କୃଷକମାନେ ଏହି ଦିନ କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି ।

ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀର ପ୍ରସିଦ୍ଧ ଯାତ୍ରା ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଆରମ୍ଭ କରାଯିବ । ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବା ପରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯିବା ସହିତ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ମଧ୍ୟ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ଫୁଟିଆ ଧଉରା କାଠକୁ ରଖାଯାଇଛି । ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ସୁବର୍ଣ୍ଣ କୁରାଢୀରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ ।

Leave a Reply