ଆଜିଠୁ ପୁରୀରେ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ

0
49
ଆଜିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୧/୦୩) : ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ । ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ ।

ଏହି ଜାତୀୟ ନାଟକ ମହୋତ୍ସବରେ ରାଜ୍ୟ ଏବଂ ଦେଶର ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ । ଦିନକୁ ଦିନ ନାଟକ ପ୍ରତି ଦର୍ଶକଙ୍କ ବିମୁଖତା ଯୋଗୁଁ ନାଟକ ଏକ ପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି । ସରକାର ନାଟକ ପରିବେଷଣକୁ ନେଇ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଓଡ଼ିଶାର କଳା ସଂସ୍କୃତି ବଞ୍ଚି ରହିବା ସହିତ ଅନେକ କଳାକାର ସୃଷ୍ଟି ହୋଇ ପାରିବେ ବୋଲି ରଙ୍ଗଶାଳା ପକ୍ଷରୁ କୁହାଯାଇଛି । ରଙ୍ଗଶାଳା ନିର୍ଦ୍ଦେଶକ ବିକ୍ରମ କୁମାର୍ ସାହୁ, ଏହିସବୁ ନାଟକ ସମାଜକୁ ବାର୍ତ୍ତା ଦେବ। ଏହା ଶିଖଣୀୟ ନାଟକ ।