ଗଞ୍ଜେଇ ଜବତ : ୨ ଗିରଫ

0
17
ଗଞ୍ଜେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ବାଉଁଶୁଣି, (୧୦/୦୫) : ବାଉଁଶୁଣି ପୁଲିସ ରେଙ୍ଗାଲି ଗାଁ ନିକଟରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ ହେଲେ ବାଉଁଶୁଣି ଥାନା ବାଉରୀ ଝାରକଟା ଗ୍ରାମର ଦିଲ୍ଲୀପ ଖଟୁଆ ଓ ତାଳଗରି ଗ୍ରାମର ସଞ୍ଜୟ ମଲ୍ଲିକ । ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗତକାଲି ବାଉଁଶୁଣି ପୁଲିସ ଥାନା ରେଙ୍ଗାଲି ଗ୍ରାମ ନିକଟରେ ଯାଞ୍ଚ ଚଳାଇଥିଲା । ତେବେ ଦିଲ୍ଲୀପ ଓ ସଞ୍ଜୟ ଏକ ବାଇକ୍ ଯୋଗେ ଗୋଟିଏ ବସ୍ତା ଧରି ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଯାଞ୍ଚ ବେଳେ ବସ୍ତାରୁ ୨୧.୩ କେଜି ଗଞ୍ଜେଇ ବାହାରିଥିଲା । ଏନେଇ ପୁଲିସ ଏକ ମାମଲା ରୁଜ୍ଜୁକରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରିଥିବା ବାଉଁଶୁଣି ଥାନାଧିକାରୀ ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଛନ୍ତି ।

Leave a Reply