ବାଉଁଶୁଣି ପୋଲିସ୍ ଦ୍ୱାରା ଜବତ ହୋଇଥିବା ୫ଟନ୍ ବିସ୍ଫୋରକ ସାମଗ୍ରୀ ପୋଡ଼ଗଲା

0
152
ବାଉଁଶୁଣି ପୋଲିସ୍ ଦ୍ୱାରା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୨) : ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚରେ କ୍ରସର ପାଇଁ ବ୍ୟବହୃତ ହେଉଥିବା ବେଆଇନ ରାସାୟନିକ ବିସ୍ଫୋରକ କିଛିଦିନ ତଳେ ବାଉଁଶୁଣି ପୋଲିସ୍ ଦ୍ୱାରା ଜବଦ ହୋଇ ଆଜି ତହସିଲଦାର ଦେବୀ ପ୍ରସାଦ ଦାସଙ୍କ ଉପସ୍ଥିତିରେ ସହ ଭୁବନେଶ୍ୱର କଣ୍ଟ୍ରୋଲର ଅପ ଏସକ୍ଲୋସିଭ ର ପାଞ୍ଚ ଜଣିଆ ପ୍ରତିନିଧି ଉପସ୍ଥିତ ରହି ଏହି ସାମଗ୍ରୀ ନଷ୍ଟ କରାଯାଇଥିଲା ।

ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ସିଆଲିମୁଣ୍ଡା ଛକ ନିକଟରେ ଗୋଛାପଡ଼ା ପଞ୍ଚାୟତ ର କିଛି ଗ୍ରାମବାସୀ ବିସ୍ଫୋରକ ବୋଝେଇ ଗାଡିକୁ ଧରି ବାଉଁଶୁଣି ପୋଲିସ କୁ ଖବର ଦେଇଥିଲେ । ଗତ ଡିସେମ୍ବର ୧ ତାରିଖରେ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା, ଡ୍ରାଇଭର ରାଜେଶ୍ ପ୍ରଧାନ ଙ୍କୁ ଅଟକ ରଖାଯାଇଥିଲା ଓ ରାମଚଣ୍ଡୀ କ୍ରସର ର ମାଲିକ ଶ୍ରୀନିବାସ ମିଶ୍ର ଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା । ମାନ୍ୟବର କୋଟ ର ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ୧୧ ଘଣ୍ଟା ସମୟରେ ଉଡ଼ବିଲକା ଜଙ୍ଗଲ ର ଏକ ମାଇନ୍ସ ରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ବେଆଇନ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରାଯାଇଛି । ଏଥିରେ ଭୁବନେଶ୍ୱର ରୁ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆସି ନଷ୍ଟ କରିଛନ୍ତି ।

ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ଙ୍କ ଉପସ୍ଥିତିରେ ଜବତ ହୋଇଥିବା ପାଞ୍ଚ ଟନ ବିସ୍ଫୋରକ ସାମଗ୍ରୀ ନଷ୍ଟ କରାଯାଇଛି । ବାଉଁଶୁଣି ପୋଲିସ ଦ୍ୱାରା ଜବତ୍ ହୋଇଥିବା ବିସ୍ପୋରକ ଗାଡି ଖୋଲାଯିବା ସହ ସମସ୍ତ ସାମଗ୍ରୀ ପୋଡାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଗାଡି ଖୋଲାଯିବା ପରେ ଶକ୍ତି ପ୍ରାଇମ୍ କମ୍ପାନୀର ୨୫ କିଲୋଗ୍ରାମ ଓଜନର ୨୦୦ ପ୍ୟାକେଟ ବିସ୍ପୋରକ ସାମଗ୍ରୀ ବାହାରିବା ସହ ୩୯୦ ଟି ନନ୍ ଇଲେକ୍ଟ୍ରିକାଲ ଡେଟାନର୍, ୫୦ ଟି ଇଲେକ୍ଟ୍ରିକାଲ ଡେଟାନର୍ ଓ ୧୫ ଶହ ମିଟର ତାର ବାହାରିଥିବା ବାଉଁଶୁଣି ଭାରପ୍ରାପ୍ତ ଥାନା ଅଧିକାରୀ ଅରୁଣ ସିଂ ସୁଚନା ଦେଇଛନ୍ତି ।