ଆଜି ପବିତ୍ର ମୂଳାଷ୍ଟମୀ : ଶାରଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା

0
138

ରିପୋର୍ଟ : ସୁଭାସିସ ନାୟକ
ଜଗତସିଂହପୁର, (୨୯/୦୯) : ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳା ଙ୍କ ପୀଠ ରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ମା’ଙ୍କ ପୀଠ ରେ ଅନୁଷ୍ଠିତ ହେବ ।

ଆଜି ପବିତ୍ର ମୂଳାଷ୍ଟମୀ ଅବସର ରେ ଆଜି ଠାରୁ ମା’ ଜଗତ ଜନନୀ ଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ । ଏହା ସହିତ ମା ଶାରଳା ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । କୋଭିଡ ନିୟମ କୁ ପାଳନ କରି ଶ୍ରଦ୍ଧାଳୁ ମାନେ ମା ଶାରଳା ଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।