ଅଜଣା ବଲୋରୋ ଗାଡି ଧକ୍କା ରେ ଡାକ୍ତର ଗୁରୁତର : ବଲାଙ୍ଗିର ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି

0
195

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୫/୧୦) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ଜାମପଦର ଛକ ନିକଟ ରେ ଡାକ୍ତର ଙ୍କୁ ଅଜଣା ବଲୋରୋ ଗାଡି ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣ ଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

ସୂଚନା ମତେ, ସଇଁନ୍ତଲା ର ଡାକ୍ତର ସୁଜାତା ନିଜ ଘରକୁ ଫେରୁଥିବା ସମୟ ରେ ଏକ ଅଜଣା ବଲୋରୋ ଗାଡି ଦୃତ ଗତି ରେ ଆସୁଥିବା ବେଳେ ପଛ ପଟରୁ ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣକ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ସଇଁନ୍ତଲା ଡାକ୍ତରଖାନା କୁ ଆଣିଥିବା ବେଳେ ତାଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କିଛି ଜଣ ପଡି ନାହିଁ |