ମା ମହେଶ୍ୱରୀ ଦେବୀଙ୍କ ଷୋହଳ ପୂଜା ଉଦଯାପିତ

0
240

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୧/୧୦) : ମା ମହେଶ୍ୱରୀ ଦେବୀଙ୍କ ଷୋହଳ ପୂଜା ଉଦଯାପିତ | ପାର୍ବଣ ଋତୁ ଆସିଲେ ଅନେକ ପର୍ବପର୍ବାଣୀ ସହ ଯାନିଯାତ୍ରା ପାଳିତ ହୋଇଥାଏ | ଗାଁ ଠୁ ସହର ହୋଇଉଠେ ଉତ୍ସବ ମୁଖର | ତାସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ |836b90bc 5283 4775 bd2d b41f61d69918 ମା ମହେଶ୍ୱରୀ ଦେବୀଙ୍କ ଷୋହଳ ପୂଜା ଉଦଯାପିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେହେରା ପଡ଼ା ଠାରେ ମା ମହେଶ୍ୱରୀ ଦେବୀଙ୍କ ଷୋହଳ ଦିନ ବ୍ୟାପି ପୂଜାର ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଆଜି କୁମାର ପୂର୍ଣ୍ଣିମା ଅବସରରେ ଷୋହଳ ପୂଜାର ଉଦଯାପନୀ ହେଉ ଥିବାରୁ ଆଖପାଖ ଅଞ୍ଚଳର ବହୁତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ | ମାଙ୍କ ଦୈନନ୍ଦିନ ରୀତିନୀତିରେ ପୂଜା ସମ୍ପନ୍ନ ହେବା ପରେ ମାଙ୍କ ପ୍ରତିମୂର୍ତ୍ତି ସହ ଅନେକ ଛତର ଶ୍ରଦ୍ଧାଳୁ ମାନେ ବୋହି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ |

ଗ୍ରାମ ପରିକ୍ରମା ପରେ ମାଙ୍କ ଉଦଯାପନୀ ପୂଜା ପୀଠରେ ଅନୁଷ୍ଠିତ ହୋଇଥିଲା | ବିଶ୍ୱାସ ରହିଛି ମାଙ୍କ ପୀଠରେ ଆସି ନିଜର ଦୁଃଖ ଜଣାଇଲେ ସବୁ ଦୁଃଖ କଷ୍ଟ ଓ ସମସ୍ୟା ଲାଘବ ହୋଇଯାଏ | ଏହି ବିଶ୍ୱାସ ରଖି ଆଖପାଖ ଅଞ୍ଚଳର ବହୁତ ଭକ୍ତ ନିଜର ଦୁଃଖ ଜଣାଇବା ପାଇଁ ପୀଠକୁ ଚାଲି ଆସନ୍ତି | କାଳିଶୀ ରୂପରେ ଦେବୀ ପ୍ରସନ୍ନ ହୋଇ ଲୋକଙ୍କ ଗୁହାରି ଶୁଣି ଥାନ୍ତି | ମାନସିକ ପୂରଣ ହେବା ପରେ ଅନେକ ଭକ୍ତ କୁକୁଡ଼ା ଓ ପଶୁ ବଳି ଦେବାର ପରମ୍ପରା ମଧ୍ୟ ଦେଖିବାକୁ ମିଳିଥିଲା | ପୂଜକ ଭାବରେ ବିଶେଶ୍ୱର ଦେହୁରି ପୂଜା କରୁଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ କାର୍ତ୍ତିକ ମେଣ୍ଡିଲି ଓ ମୁକୁନ୍ଦ କର୍ମୀ ସହ ଗ୍ରାମବାସୀ | ଏହି ଉତ୍ସବ ସଭାପତି ଠାକୁର ପାତ୍ର ଓ ସମ୍ପାଦକ ସଂଜିତ ଅମାତଙ୍କ ନେତୃତ୍ୱରେ ସମସ୍ତ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା |