ବିଜେପି ଓ କଂଗ୍ରେସର ବହୁ କର୍ମୀ ବିଜେଡ଼ିରେ ଯୋଗଦାନ

0
434

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୪/୧୦) : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ବିଜେପି ଓ କଂଗ୍ରେସର ବହୁ କର୍ମୀ ବିଜେଡ଼ିରେ ଯୋଗଦାନ କରିଛନ୍ତି | କେତେବେଳେ ଗଣ୍ଡେ ବିଜେପିରେ ମିଶୁଛନ୍ତି ତ କେତେବେଳେ ବିଜେଡିରେ ଦୀର୍ଘ ଦିନ ହେଲା ଏହି ନାଟକବାଜି ଚାଲିଛି ।07471843 7755 4a36 a9aa 694b9a1f15a8 ବିଜେପି ଓ କଂଗ୍ରେସର ବହୁ କର୍ମୀ ବିଜେଡ଼ିରେ ଯୋଗଦାନ

କେ ସିତପୁର ର ବହୁ ଭୋଟର, ବିଜେପି ଓ କଂଗ୍ରେସର ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଇଛନ୍ତି । ବ୍ଲକ୍ ବିଜେଡ଼ି ସଭାପତିଙ୍କ ପଞ୍ଚାୟତର କିଛି କର୍ମୀକୁ ବିଜେପିରେ ସାମିଲ କରିବା ପରେ ସଭାପତି ଏବେ କେ ଶିତପୁର ବିସ୍ ତାଲା ଚଦଙ୍ଗିପୂର୍ ରେ ପଶି କିଛି ଲୋକଙ୍କୁ ନିଜ ଦଳ ବିଜେଡ଼ିରେ ସାମିଲ କରି କଡ଼ା ଜବାବ୍ ଦେଇଛନ୍ତି ।

କାଶୀନଗର ବ୍ଲକରେ ଏଥି ପୂର୍ବରୁ କଂଗ୍ରେସ ବିଜେଡ଼ି ମଧ୍ୟରେ ଟକ୍କର ଚାଲିଥିଲା । ଗତ ବିଧାନସଭା ନିର୍ବାଚନରେ ଗଣିତ ଓଲଟପଲାଟା ହୋଇଯାଇଥିଲା । ବିଜେଡ଼ିରେ ଥିବା ବିଧାୟକ ବିଜେପିକୁ ଚାଲିଗଲେ ପାରଳାର ରାଜା ଜେମଦେଇ ସୁଶ୍ରୀ କଲ୍ୟାଣୀ ଦେବୀଙ୍କୁ ବିଜେଡ଼ି ଟିକେଟ ଦେଲା ।

ସ୍ଵାଧୀନ ଭାବେ ତିରୁପତି ପାଣିଗ୍ରାହୀ ନିର୍ବାଚନ ମଇଦାନକୁ ଆସିଲେ,କଂଗେସ ପୂର୍ବତନ ବିଧାୟକଙ୍କୁ ଟିକେଟ ଦେଲା ଫଳରେ ଚତୁରମୁଖି ପ୍ରତିଦ୍ବନ୍ଦିତା ହେଲା, ବିଜେପି ଏହାର ଫାଇଦା ମାରିନେଲା । ବର୍ତମାନ ସମୀକରଣ ଅଲଗା,ଆଗାମୀ ଦିନରେ କଣ ହେବ ସମୟ କହିବ । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ର ବରିଷ୍ଠ ନେତା ଡ.ତିରୁପତି ପାଣିଗ୍ରାହୀ,ଗବରା ତିରୁ ପତି ରାଓ,ରକମ୍ ରାମ ପ୍ରସାଦ,ରଘୁରାମ ସାହୁ ଓ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।