ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ମିଳିତ ଜାତିସଂଘ ଦିବସ ପାଳିତ

0
239

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୪/୧୦) : ମିଳିତ ଜାତିସଂଘ ଦିବସ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ।aeea35aa 35f0 47fe b498 c02dc30f4993 ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ମିଳିତ ଜାତିସଂଘ ଦିବସ ପାଳିତ

ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ବରିଷ୍ଠ ଦେୱନୀ ବିଚାରପତି ତଥା ଆଇନ୍ ସେବା ପ୍ରାଧିକରଣ ର ଭାରାପ୍ରାପ୍ତ ସଚିବ ଶ୍ରୀମତୀ ଶତରୂପା ଶତପଥୀ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାଧିକରଣ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ତିରଂଜନ ପାତ୍ର ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସ୍ଥାୟୀ ଓ ଚିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ କୁମାର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ ଯୋଗଦାନ କରି ମିଳିତ ଜାତିସଂଘ ଗଠନର ତାପଯ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଦେଶ ଦେଶ ମଧ୍ୟରେ ଭାତୃତ୍ୱ, ମୈତ୍ରୀ, ଶାନ୍ତି, ସୁରକ୍ଷା ର ସ୍ଥାପନା ହେବା ସହ ମିଳିତ ଜାତିସଂଘ ର ଘୋଷଣା ନାମା ଓ ନିଦର୍ଶନାମା କିପରି ସଦସ୍ୟ ଦେଶ ମାନେ କିପରି କାର୍ଯ୍ୟକାରୀ କରୁଛନ୍ତି, ସେହି ବିଷୟରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।