ବ୍ୟବସାୟୀଙ୍କ କାର ଭିତରୁ ବ୍ୟାଗରେ ଥିବା ସୁନାରୂପା ଓ ଟଙ୍କା ଲୁଟ, ଥାନାରେ ଏତଲା

0
213

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୩୦/୧୦) : ବିନିକା ବସ ଷ୍ଟାଣ୍ଡ ନିକଟରେ ଆଜି ଜଣେ ବ୍ୟବସାୟୀଙ୍କ କାର ଭିତରୁ ବ୍ୟାଗରେ ଥିବା ସୁନା, ରୂପା ଓ ନଗଦ ଟଙ୍କା କୁ ଦୁଇ/ତିନି ଜଣ ଅଜଣା ଦୁର୍ବୁତ ଆସି ଲୁଟ କରି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲା ତରଭାର ବ୍ୟବସାୟୀ ସୁନୀଲ କୁମାର ସାହୁ ଏକ କାର ଯୋଗେ ବିନିକା ଦେଇ ବରଗଡ ଜିଲ୍ଲା ବରପାଲି ଅଭିମୁଖେ ଯାଉଥିଲେ । ବିନିକା ବସ ଷ୍ଟାଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଥିବା ଫଳ ଦୋକାନରେ ସେ ଅଟକି ଫଳମୂଳ କିଣୁଥିଲେ | ଏହି ସମୟରେ ଦୁଇ / ତିନି ଜଣ ଅଜଣା ଦୁର୍ବତ ଆସି ବ୍ୟବସାୟୀଙ୍କ କାର ଭିତରୁ ବ୍ୟାଗରେ ଥିବା ସୁନା ୧୦୪ ଗ୍ରାମ, ରୂପା ୧୨୦୦ ଗ୍ରାମ, ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟ କରି ନେଇ ଯାଇଛନ୍ତି ବୋଲି ସୁନୀଲ କୁମାର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୁଲିସ ଏକ ମକଦ୍ଦମା ରୁଜୁ କରି ଘଟଣାର ଜାରି ରଖିଛନ୍ତି ।