ଡ୍ରାଇଭର ମହାସଂଘ ର ଥାନାରେ ବିକ୍ଷୋଭ ପ୍ରଦର୍ଶନ : ବସ କର୍ମଚାରୀକୁ ମାଡ଼ ମାରିଥିବା ୨ ଅଭିଯୁକ୍ତ ଗିରଫ

0
288

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୨/୧୦) : ଜୟଭୋଲେ ନାମକ ଏକ ବସର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରକୁ ଦୁଇ ଜଣ ବ୍ୟକ୍ତି ମାଡ଼ ମାରିବା ପରେ ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ବିନିକା ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପୁଲିସ ଉକ୍ତ ଦୁଇ ଅଭିଯୁକ୍ତ କୁ ଆଜି ଗିରଫ କରିଥିବା ଜଣାପଡିଛି l1bf8587d ad3d 48bb 8442 d54802eaacfb ଡ୍ରାଇଭର ମହାସଂଘ ର ଥାନାରେ ବିକ୍ଷୋଭ ପ୍ରଦର୍ଶନ : ବସ କର୍ମଚାରୀକୁ ମାଡ଼ ମାରିଥିବା ୨ ଅଭିଯୁକ୍ତ ଗିରଫ

ସୂଚନା ଯୋଗ୍ୟ ଯେ ଗତ ୨୦ ତାରିଖ ଅପରାହ୍ନରେ ଡ୍ରାଇଭର ମହାସଂଘ ର ଜୟଭୋଲେ ବସ ବରଗଡ଼ ପଟୁ ବିନିକା ଆସୁଥିଲା l ଜାମପାଲି ଷ୍ଟେସନରେ ଯାତ୍ରୀ ଓହ୍ଲାଇଲା ବେଳେ ଜାମପାଲିର ପ୍ରମୋଦ ପ୍ରଧାନ ଓ ପ୍ରକାଶ କର୍ମୀ ନାମକ ୨ ଜଣ ବ୍ୟକ୍ତି ଗାଡ଼ିର ଡ୍ରାଇଭର ସନ୍ତୋଷ ବାଘ, ହେଲପର ବିବେକା ନାଏକ ଓ କଣ୍ଡକ୍ଟର ଅରୁଣ କୁମାର ଭୋଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଡ୍ରାଇଭରକୁ ନିକଟ କେନାଲକୁ ଫିଙ୍ଗିବା ପାଇଁ ଚେଷ୍ଟା କରି ଜୀବନରେ ମାରି ଦେବାକୁ କହିଥିଲେ l

କୌଣସି ସୂତ୍ରରୁ ସେମାନେ ଉଦ୍ଧାର ପାଇ ଗାଡ଼ି ଧରି ସେଠାରୁ ବିନିକା ଚାଲି ଆସିଥିଲେ l ଏନେଇ ସଂଘର ୫ ଜଣ ସଦସ୍ୟ ଜାମପାଲିକୁ ଯାଇ ଉଭୟ ମାଡ଼ ମାରିଥିବା ଯୁବକଙ୍କୁ ଭେଟି ଘଟଣାର ସମାଧାନ ପାଇଁ ଚେଷ୍ଟା କରିଥିଲେ l ହେଲେ ସେମାନେ ଓଲଟା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l

ଏନେଇ ଗତ କାଲି ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବିଭିନ୍ନ ସ୍ଥାନରୁ ଡ୍ରାଇଭର ଭାଇ ମାନେ ଆସି ଥାନାରେ ବିକ୍ଷୋଭ କରି ତୁରନ୍ତ ସେମାନଙ୍କୁ ଗିରଫ କରାଯାଉ,ଡ୍ରାଇଭର ମହାସଂଘ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପରେ ବିନିକା ପୁଲିସ ଥାନାରେଏକ ମକଦ୍ଦମା ରୁଜୁ କରି ପ୍ରମୋଦ ପଧାନ ଓ ପ୍ରକାଶ କର୍ମୀଙ୍କୁ ଗିରଫ କରିଥବା ସୂଚନା ଦେଇଛନ୍ତି ।