ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
248

ରିପୋର୍ଟ :ସୁଶାନ୍ତ ବେହେରା
ବୌଦ୍ଧ,(୩୧/୧୦) : ଆଜି ସକାଳ ୯ ଘଟିକା ସମୟରେ ଭାରତ ସରକାରଙ୍କର ଯୁବ ବ୍ୟାପକ ଓ ଖେଳ ମନ୍ତ୍ରଣାଳୟ ନେହେରୁ ଯୁବକେନ୍ଦ୍ର ଓ ଜିଲ୍ଲା ପ୍ରଶାସନ ଏବଂ ଭିଜିଲାନ୍ସ (ବୌଦ୍ଧ ଶାଖା )ବିଭାଗ ତରଫରୁ ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି |WhatsApp Image 2021 11 01 at 12.58.57 PM ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜନସାଧାରଣ ଙ୍କୁ ସଚେତନ କରାଇବା ପାଇଁ ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ଦିବସ ଅବସରରେ ଏକ ରାଲି ଭିଜିଲାନ୍ସ କାର୍ଯ୍ୟାଳୟରୁ ପଦଯାତ୍ରା ରେ ବାହାରି ଥିଲା | ଏଥିରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ବିଭିନ୍ନ କ୍ଳବ ର ସଦସ୍ୟ, ଆରକ୍ଷୀ ବାହିନୀ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର NCC ଛାତ୍ର ଏବଂ ୟୁଥ ରେଡ଼କ୍ରସ ର ଛାତ୍ର ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଏଥି ସଂପର୍କିତ ପ୍ରଚାର ପତ୍ର ବଣ୍ଟନ, ଡାକବାଜି ଯନ୍ତ୍ର ସାହାଯ୍ୟ ରେ ପ୍ରଚାର ସହିତ NAC ଛକ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲା |

ଏହାକୁ ଡେପୁଟି କଲେକ୍ଟର ଶ୍ରୀ ଅବନୀକାନ୍ତ ପlତ୍ର, NCC ଅଫିସର ମହେନ୍ଦ୍ର ନାଥ ଦେବତା, ଅଧ୍ୟାପକ ପ୍ରବୀର କୁମାର ଦାସ, ସୂଚକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ସଭା ଏବଂ ଶପଥ ପାଠ ଅନୁଷ୍ଠିତ ହୋଇଥିଲା |

ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ଅବନୀକାନ୍ତ ପାତ୍ର, ଭିଜିଲାନ୍ସ ଇନ୍ସ ପେକ୍ଟର ପୁଲସ୍ତି ଛତ୍ରିଆ, ୟୁଥ ରେଡ଼କ୍ରସ ସମ୍ପାଦକ ପ୍ରବୀର କୁମାର ଦାସ, ASI ରମାକାନ୍ତ ପ୍ରଧାନ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଆସମାନ ମହାକୁଡ଼ ଯୋଗଦେଇ ଦୁର୍ନୀତି ନିବାରଣ ର ସଚେତନତା ବାର୍ତ୍ତା, ରାଷ୍ଟୀୟ ଏକତା ଦିବସ ବାର୍ତ୍ତା, ଭାରତରେ ଏକତା, ଅଖଣ୍ଡତା, ଓ ସୁରକ୍ଷା ବଜାୟ ରଖିବା ପାଇଁ ଆହ୍ୱାନ ସହିତ ସ୍ୱାଧୀନତା ର ୭୫ ବର୍ଷ ଅବସରରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ, ଦୁର୍ନୀତି ମୁକ୍ତ ସମାଜ ଗଠନ ସହିତ ଏହାଉପରେ ସ୍ୱର ଉତ୍ତଳନ ଏବଂ ସଚେତନତା, ଜନଜାଗରଣ ଫଳରେ ସୁସ୍ଥ ସମାଜ ଓ ସୁସ୍ଥ ଶାସନ ପ୍ରତିଷ୍ଠିତ ହୋଇ ପାରିବ |WhatsApp Image 2021 11 01 at 12.58.34 PM ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନିଷ୍ଠାପର କର୍ତ୍ତବ୍ୟ ପାଳନ ସହିତ ଗୋଷ୍ଠିଗତ ସହଯୋଗ ଆବଶ୍ୟକତା ଉପରେ ସମସ୍ତ ଅତିଥି ଗୁରୁତ୍ଵାରୋପ କରିଥିଲେ | ଅକ୍ଟୋବର ୧ ତାରିଖ ରୁ କ୍ଲିନ ଇଣ୍ଡିଆ ଡ୍ରାଇଭ ଆରମ୍ଭ ହୋଇ ୩୧ ଅକ୍ଟୋବର ରେ ଶେଷ ହେଉଥିବାରୁ ଏହାର ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଅଶ୍ୱିନୀ ମେହେର ଉପସ୍ଥିତ ଥିବା କର୍ମୀଚାରୀ ଙ୍କୁ ଦୁର୍ନୀତି ମୁକ୍ତ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଥିଲେ |

ଭିଜିଲାନ୍ସ କାର୍ଯ୍ୟାଳୟର ମକାରଧ୍ଵଜ ଦିଶ୍ରା, ସନ୍ତୋଷ କୁମାର ସାହୁ, ଦୟାନିଧି ମେହେର, ସନ୍ତୋଷ ନନ୍ଦ, ବେଣୁଧର ପ୍ରଧାନ, ପଲକ ବେହେରା, ଏବଂ DIPI ର କର୍ମଚାରୀ ଯୁଧିଷ୍ଠିର ପ୍ରଧାନ, ଅକ୍ଷୟ ମହାକୁଡ଼, ପ୍ରାଣବନ୍ଧୁ ବେହେରା ଓ ଆରକ୍ଷୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ଦୁର୍ନୀତି ନିବାରଣ ଉପଲକ୍ଷେ ସପ୍ତାହ ବ୍ୟାପି ବିଭିନ୍ନ ସ୍ଥାନରେ ଜନ ସଚେତନତା ପାଇଁ ସଭା ଓ ଶପଥ ପାଠ ଅନୁଷ୍ଠିତ ହୋଇଥିବାର ସୂଚନା ଥିବା ଜଣାପଡୁଛି |