ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ

0
306

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୧/୧୧) : ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ (RD )ତରଫରୁ ଅମୃତ ମହୋତ୍ସବ ହରଭଙ୍ଗା ବ୍ଲକ ପୁରୁଣା କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ପାଳିତ ହୋଇଛି |

ଅକ୍ଟୋବର ୧୫ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଇଂ.ବୈକୁଣ୍ଠ ଶତପଥି, ଯନ୍ତ୍ରୀ ଇଂ. ବିଦ୍ୟାଧର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ଶତପଥି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ର ବିଭିନ୍ନ ରାସ୍ତା ତଦାରଖ କରାଯାଇଥିଲା |

ରାସ୍ତା ମଧ୍ୟରେ ହରଭଙ୍ଗା-ଧଳପୁର, କୁସଙ୍ଗ-ତଳ ଗାଁ ରାସ୍ତା,ପ୍ରଧାନମନ୍ତ୍ରୀ ସଡ଼କ,PWD ରାସ୍ତା ଠାରୁ ଭାଲିଆ ଗୁଡା ରାସ୍ତା ଗୁଡିକ ସବୁ ସଫା ସୁତୁରା ହେବା ସହ ସାଧାରଣ ଜନତା କିପରି ରାସ୍ତା ଜନିତ ସୁବିଧା ପାଇପାରିବେ ସେଥିପ୍ରତି ବିଭାଗୀୟ ତରଫରୁ ଗୁରୁତ୍ୱ ଗ୍ରହଣ କରିଛୁ ବୋଲି ବିଭାଗୀୟ ପକ୍ଷରୁ ଇଂ. ମହାନ୍ତି ପ୍ରକାଶ କରିଛନ୍ତି ଓ ଏଥିପ୍ରତି ଲୋକ ମାନଙ୍କୁ ସଚେତନ କରାଇଥିଲେ |