ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଙ୍କ ସହ ସାକ୍ଷାତ

0
234

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୨/୧୧) : ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଡ୍.ତିରୁପତି ପାଣିଗ୍ରାହୀ ଆନ୍ଧ୍ର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ ରେଡ୍ଡୀ ଙ୍କ ସହ ସାକ୍ଷାତ କରିଛନ୍ତି ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ ରେଡ୍ଡୀ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରକାଶ ଥାଉ କି ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଇତି ମଧ୍ୟରେ ତିରୁପତି ଠାରେ ଏକ ମେଡିକାଲ୍ କଲେଜ ସ୍ଥାପନ ପାଇଁ ଭୂମିପୂଜା ଇତ୍ୟାଦି ସରାଇ ସାରିଛନ୍ତି । ବର୍ତ୍ତମାନ ନିର୍ମାଣ କାମ ମଧ୍ୟ ଚାଲିଛି । ଏଣୁ ଏହି ସାକ୍ଷାତ ବହୁତ୍ କିଛି ସୂଚନା ଦେଇଛି । ଶ୍ରୀ ପାଣିଗ୍ରାହୀ ଙ୍କ ଭୁବନେଶ୍ୱର, ରାଉରକେଲା ଓ ତିରୁପତି ଠାରେ ୩ ଟି ମେଡିକାଲ୍ କଲେଜ ଚାଲିଛି । ପାରଳାଖେମୁଣ୍ଡି ରେ ମଧ୍ୟ ଏକ ମଲ୍ଟି ସ୍ପେଶିଆଲ ହସ୍ପିଟାଲ ରହିଛି ।