ରାଜ କୁମାରୀ କଲ୍ୟାଣୀ ଦେବୀଙ୍କ ଦ୍ଵାରା ଶୀତବସ୍ତ୍ର ଓ ସ୍କୁଲ ପିଲାଙ୍କୁ ଖାତା ପେନ୍ସିଲ ବଣ୍ଟନ

0
340

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୩/୧୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ର ଭାନା ଗ୍ରାମରେ ରାଜ କୁମାରୀ କଲ୍ୟାଣୀ ଦେବୀଙ୍କ ଦ୍ଵାରା ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି ।aaf73a2c bf45 4ecd ba70 87ae38166452 ରାଜ କୁମାରୀ କଲ୍ୟାଣୀ ଦେବୀଙ୍କ ଦ୍ଵାରା ଶୀତବସ୍ତ୍ର ଓ ସ୍କୁଲ ପିଲାଙ୍କୁ ଖାତା ପେନ୍ସିଲ ବଣ୍ଟନ

ପ୍ରକାଶ ଥାଉ କି ଆଜି ପାରଳା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ପାରଳା ରାଜ କୁମାରୀ କଲ୍ୟାଣୀ ଦେବୀ ଭାନା ଗ୍ରାମର ୬୦ଜଣ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବ୍ଲଙ୍କେଟ୍ ପ୍ରଦାନ କରିଥିଲେ । ପ୍ରଥମେ କଲ୍ୟାଣୀ ଦେବୀ ସ୍ଥାନୀୟ ବିଦ୍ୟାଳୟରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ | ପରେ ଗ୍ରାମବାସୀଙ୍କ ସହ ଅଲାଚୋନା କରିଥିଲେ | କରୋନା ପାଇଁ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ । ପରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ପେନ୍ସିଲ୍,ଖାତା ରବର୍ ଇତ୍ୟାଦି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ବାବୁ ରାଓ, ଟାଉନ୍ ସଭାପତି ରଘୁରାମ ସାହୁ,ବ୍ଲକ୍ ସଭାପତି ଜ୍ୟୋତି ବାବୁ ଟାଉନ୍ ଯୁବ ସଭାପତି ରାଜେଶ୍ ମିସାଲ ଯୋଗ ଦେଇ ଥିଲେ।