ପୁରୁଣା କଟକ ଥାନା ତିଳେଶ୍ୱର ଗ୍ରାମରେ ପାଣିରେ ବୁଡି ମହିଳା ମୃତ୍ୟୁ

0
371

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୩/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ତିଳେଶ୍ୱର ଗ୍ରାମ ହରିଜନ ସାହିର ସଭା ବେହେରା (୩୬) ନାମକ ମହିଳା ଜଣକ ପାଣିରେ ବୁଡି ମୃତ୍ୟ ହୋଇଥିବା ଜଣାପଡିଛି ।

ସୂଚନା ମତେ ପୁରୁଣା କଟକ ଥାନା ତିଳେଶ୍ୱର ଗ୍ରାମରେ ସବୁ ଦିନ ଭଳି ମହିଳା ଜଣକ ନିକଟସ୍ତ ଲକ୍ଷ୍ମୀ ନାଳକୁ ଗାଧୋଇବା ପାଇଁ ଯାଇଥାନ୍ତି | ଆଜି ଅପରାହ୍ନ ସମୟରେ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣରୁ ସେ ପାଣିରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏପଟେ ପରିବାର ଲୋକ ଖୋଜାଖୋଜି ପରେ ନାଳରେ ପଡିଥିବା ଜାଣିବାକୁ ପାଇଥିଲେ ।

ସଂଗେ ସଂଗେ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ମେଡ଼ିକାଲ ନେଇଥିଲେ କିନ୍ତୁ ଡାକ୍ତରଖାନା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଉକ୍ତ ଘଟଣା କୁ ନେଇ ସାହି ରେ ଶୋକ ର ଛାୟା ଖେଳି ଯାଇଛି ।