ସ୍ୱାଧୀନତା ର ଅମୃତ ମହୋତ୍ସବ ଉଦଯାପିତ

0
239

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୩/୧୧) : ଆମ ଭାରତ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସର ପ୍ରଥମ ପର୍ଯ୍ୟୟରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଅଧୀନରେ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳିତ ହୋଇ ଆଜି ଉଦଯାପିତ ହୋଇଅଛି |dd4c3d8c 2369 4e13 bef4 868cbfd2f98c ସ୍ୱାଧୀନତା ର ଅମୃତ ମହୋତ୍ସବ ଉଦଯାପିତ

ଅକ୍ଟୋବର ୧୫ ତାରିଖ ରୁ ଆରମ୍ଭ ହୋଇ ଥିବା ସ୍ୱାଧୀନତା ର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସନ୍ଦୀପ କୁମାର ଶତପଥି,ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଦ୍ୟାଧର ମହାନ୍ତି,ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ତଦାରଖ କରାଯାଇଥିଲା |

ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ରାସ୍ତା ମଧ୍ୟରେ ଧଳପୁର -ଅତଲସରା, କୁସଙ୍ଗ -ଵାଣିଗୋଚ୍ଛା, ଲୁଣିବାହାଲ -ତାଲପଦର, ଦପଲା, ବରଗୋଚ୍ଛା -ନର୍ସିଙ୍ଗ ପୁର,ଆଦି ରାସ୍ତାରେ ସଫାସୁତୁରା ହେବାସହ ଜନସାଧାରଣ କିପରି ରାସ୍ତାରେ ଯିବା ଆସିବାରେ ସୁବିଧା ପାଇପାରିବେ ସେଥିପ୍ରତି ବିଭାଗ ତରଫରୁ ଗୁରୁତ୍ୱ ଆରୋପ କରାଯାଇଥିବା ବିଭାଗ ତରଫରୁ ସଚେତନତା କରାଯାଇ ଏହି କାର୍ଯ୍ୟକ୍ରମ ଟିକୁ ଉଦଯାପିତ କରାଯାଇଥିଲା |