କେ ସିତା ପୁର ଗ୍ରାମ ପଞ୍ଚାୟତ ର ଭୋଟର ଙ୍କ ମନ କଥା

0
172

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୪/୧୧) : ଗଜପତି ଜିଲ୍ଲା ର ବୃହତ୍ ପଞ୍ଚାୟତ ଭାବେ କାଶୀନଗର ବ୍ଲକ୍ ର କେ ସିତା ପୁର ପଞ୍ଚାୟତ ରହିଛି । ଏକ ଅନୁଶୀଳନ ରୁ ଏହା ଜଣାପଡୁଛି କି,ବହୁ ପୂର୍ବରୁ ଏହି ପଞ୍ଚାୟତ ଟି ପୂର୍ବ ଜନତା ଦଳ ର କବଜାରେ ରହି ଆସିଛି । 

କେ ସିତା ପୁର ଗ୍ରାମ ମାଟିର ପୁଅ ଦାରପୁ ଲକ୍ଷ୍ମଣ ନାଇଡୁ ଓ ଏହାଙ୍କ ଭାଇ ଅଚ୍ୟୁତ ନାଇଡୁ ଙ୍କ ନେତୃତ୍ୱରେ ଏହି ପଞ୍ଚାୟତ ରହି ଆସିଛି । ବର୍ତ୍ତମାନ ବିଜେପି ବିଧାୟକ ଥିବା କେ ନାରାୟଣ ରାଓ ପୂର୍ବରୁ କଂଗ୍ରେସ ରେ ଥିଲେ । ତାପରେ ରାଜନୈତିକ ଦୃଶ୍ୟ ପଟ ରେ ସେ ଜନତା ଦଳ କୁ ଯାଇଥିଲେ । କିନ୍ତୁ ସେହି ଜନତା ଦଳ ରେ ତାଙ୍କ ର ସେତେଟା ଦବ୍ଦବା ନ ଥିଲା ।

ନାଇଡୁଙ୍କ ମୃତ୍ୟୁ ପରେ ଶ୍ରୀ ରାଓ ସ୍ଵାଧୀନ ଭାବେ ବିଧାନ ସଭାକୁ ଲଢ଼ିଥିଲେ । ତାପରେ ସେ ବିଜୁ ଜନତା ଦଳ ରେ ଯୋଗ ଦେଇ ତ୍ରିନାଥ ସାହୁଙ୍କ ପରାସ୍ତ କରିଥିଲେ । ପରେ ଉକ୍ତ ଗ୍ରାମ ର ଡି.ରାଜେଶ୍ ୱରଫ ଚି ଟି ବାବୁ ଯୁବ ନେତୃତ୍ୱକୁ ପଞ୍ଚାୟତ ବାସୀ ଗ୍ରହଣ କରିବାରେ ସେହି ପଞ୍ଚାୟତ ଟି କଂଗ୍ରେସ ବିରୋଧୀ ପଞ୍ଚାୟତ ଭାବେ ଆଜି ଯାଏଁ ରହି ଆସିଛି ରାଜେଶ୍ ପ୍ରତ୍ୟେକ୍ଷ ରାଜନୀତି କୁ ଆସି ସମିତି ମେମ୍ବର ହେଲେ । ସରପଞ୍ଚ ମଧ୍ୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଜିତି ଆସିବାରୁ ଏହି ପଞ୍ଚାୟତ ବିଜେଡ଼ି କବଜାରେ ରହିଥିଲା ।

ଗତ ସାଧାରଣ ନିର୍ବାଚନ ରେ କେ ନାରାୟଣ ରାଓ କୁ ବିଜେଡ଼ି ଟିକେଟ ନଦେବା ଫଳରେ ଶ୍ରୀ ରାଓ ବିଜେପି କୁ ଚାଲିଗଲେ । ତାଙ୍କ ଅନୁଗାମୀ ପଞ୍ଚାୟତ ଗୁଡ଼ିକ ର କର୍ମ କର୍ତ୍ତା ବିଜେପି କୁ ଚାଲିଗଲେ । ଏହି ପଞ୍ଚାୟତ ରେ ଆଜିକା ସ୍ଥିତି ରେ ୭୦୦୦ ଉପରେ ଭୋଟର ଅଛନ୍ତି । ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଭୋଟର ପ୍ରାୟ ୫୦% ହେବେ । କିନ୍ତୁ ବର୍ତ୍ତମାନ ରାଜନୈତିକ ପାଣିପାଗ ରେ ପରିବର୍ତ୍ତନ ହୋଇଛି ।

ଗତ ନିର୍ବାଚନ ରେ ସ୍ଵାଧୀନ ଭାବେ ଲଢି ଥିବା ତିରୁପତି ପାଣିଗ୍ରାହୀ ବିଜେଡ଼ି କୁ ଯିବା,କଂଗ୍ରେସ ବିଧାୟକ ପ୍ରାର୍ଥୀ କେ. ସୂର୍ୟା ରାଓ ବିଜେଡ଼ି କୁ ସମର୍ଥନ ଦେବା,ପୂର୍ବ ରୁ ବିଜେଡ଼ି ର କିଛି ଭୋଟର କୁ ମିଶାଇଲେ ଏଥର ପଞ୍ଚାୟତ ନିର୍ବାଚନ ରେ ବିଜେପି କୁ ବିଜେଡ଼ି କଡ଼ା ଟ କ୍କର ଦେବ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରିଛନ୍ତି । ନିର୍ବାଚନକୁ ଆହୁରି ୩ ମାସ ବାକି ରହିଛି କଣ ହେବ ଦେଖିବାକୁ ବାକି ରହିଲା ।