ଚାଟିକଣା ମଶାଣୀ ପୋଲ ରୁ ପଡ଼ି ଯୁବକ ର ମୃତ

0
288

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମ କଟକ,(୪/୧୧) : ଆଜି ସକାଳ ପ୍ରଭାତ ୪ଟା ସମୟରେ ବିଷମ କଟକ ବ୍ଲକ ଚାଟିକଣା ମଶାଣୀ ପୋଲ ରୁ ତଳକୁ ପଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି | ଯୁବକ ଜଣକ ଆମ୍ବାଦଲା ଅଞ୍ଚଳ ର ସରାଇପଳି ସିମଞ୍ଚାଲ ଟାକିରି |WhatsApp Image 2021 11 05 at 11.05.58 AM ଚାଟିକଣା ମଶାଣୀ ପୋଲ ରୁ ପଡ଼ି ଯୁବକ ର ମୃତ

ସେ ତାଙ୍କ ଶ୍ୱଶୁର ଘର ବାରିଗୁଡ଼ା ଯିବା ସମୟରେ ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ନ ଯାଉଥିବାରୁ ସେ ଚାଟିକଣା ମଶାଣୀ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ | ଫଳରେ ଘଟଣସ୍ଥଳ ରେ ତାଙ୍କର ମୃତ୍ୟୁ ହେଇଯାଇଛି । ବିଷମ କଟକ ପୋଲିସ ଓ ଅଗ୍ନିଶମ ବାହିନୀର ଦୁଆର ଆଜି ସକାଳୁ ସକାଳୁ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକେ ହସ୍ତାନ୍ତର କରାଯିବ ବୋଲି ବିଷମ କଟକ ପୋଲିସ ସୂଚନା ଦେଇ କହିଥିଲେ ।

ଏହି ଘଟଣା ରେ ଉକ୍ତ ଅଞ୍ଚଳ ରେ ଶୋକର ବାତାବରଣ ଦେଖିବାକୁ ମିଳିଛି । ଆଜି ପବିତ୍ର ମାଁ କାଳୀପୂଜା ବା ଦୀପାବଳୀ ଉତ୍ସବ ଦିନ ରେ ପରିବାର ବର୍ଗ ଓ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।