୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ

0
251

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ତା(୦୮/୧୧) : ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୦୦ ସିଟ ବାଳିକା ହଷ୍ଟେଲ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ ହୋଇଯାଇଛି l

୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ ଉତ୍ସବରେ ମୁଖ୍ୟ ଅଥିତି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗଦେଇ ଭୂମି ପୂଜନ ଓ ଉଦଘାଟନ କରିଥିଲେ l ବୌଦ୍ଧ ଜିଲ୍ଲାପାଳ ତଥା ସଭାପତି ବିଦ୍ୟାଳୟ ପରିଚାଳନା ବିକାଶ କମିଟି ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l

ସର୍ବ ପ୍ରଥମେ ଶିକ୍ଷାର ଦେବତା ଅଗ୍ରପୂଜ୍ୟ ଗଜାନନଙ୍କ ଠାରେ ପୂଜାକଲା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦଘାଟନୀ ସଂଗୀତ ଗାନ କରାଯାଇଥିଲା l ସଭାରେ ସମ୍ମାନିତ ଅଥିତି ଭାବେ ପି.ଡି.ଡି ଆର.ଡି.ଏ ଅଶ୍ୱିନୀ କୁମାର ମେହେର, ରାସ୍ତା ଓ କୋଠାବାଡ଼ି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ ଶାନ୍ତନୁ ନାୟକ, ସହକାରୀ ଯନ୍ତ୍ରୀ ଇଂ ଜଗନ୍ନାଥ ବିଶ୍ୱାଳ, ମୃଶୁଣ୍ଢୀ ସରପଞ୍ଚ ମଧୁମତୀ ବେହେରା, ବ୍ଲକ ଉପାଧକ୍ଷ ମନୋ ରଞ୍ଜନ ପୁରୋହିତ, ଅଭିଭାବକ-ଶିକ୍ଷକ ସଙ୍ଘ ସଭାପତି ସ୍ବାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ ମଞ୍ଚାସିନ ଥିଲେ l

ମଞ୍ଚ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ନିହାରବାଳା ବେହେରା l ଅଥିତି ମାନଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ହରେକୃଷ୍ଣ ବେହେରା, ବିଦ୍ୟାର୍ଥୀ ପ୍ରତିନିଧି ଇତିଶ୍ରୀ ମହାକୁଡ଼ ସଫଳତା ଓ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରିଥିଲେ l ଏହି ଅବସରରେ କୃତିପ୍ରତିଯୋଗୀ ମାନଙ୍କୁ ପୁରୋସ୍କୃତ କରାଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକ ପ୍ରତିନିଧି କୃତ୍ତିବାସ ପଲିଆ, ମାନସ ପୁରୋହିତ, ଜଗବନ୍ଧୁ ପାତ୍ର, ପ୍ରଭାତ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ସେଠି ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶେଷରେ ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l