ପଞ୍ଚରା ୧୧ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
253

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୯/୧୧) : ବୌଦ୍ଧ ଜିଲା ଅନ୍ତର୍ଗତ ବୌଦ୍ଧ ବ୍ଲକ ମନୁପାଲି ହାଇସ୍କୁଲ ପଡିଆରେ ପଞ୍ଚରା ୧୧ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ମ୍ୟାଚ୍ ରେ ଜମଟାଙ୍ଗୀ ସହିତ ମହେଶ୍ୱର ପିଣ୍ଢା ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା ।

ମନୁପାଲି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚରା ୧୧ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ମୂଖ୍ୟ ରେଫରୀ ଭାବେ ବିଭୂତି ଭୂଷଣ ବେହେରା, ସହଯୋଗୀ ରେଫରୀ ଭାବେ ଅଭିଳାଷ ସାହୁ, ସୁରେନ୍ଦ୍ର ବେହେରା ଓ ପ୍ରହଲ୍ଲାଦ ଭୁକ୍ତା ଖେଳ କୁ ପରିଚାଳନା କରିଥିଲେ । ଏହି ଉଦଘାଟନୀ ମ୍ୟାଚ୍ ରେ ମୂଖ୍ୟ ଅତିଥି ଭାବେ ମନୁପାଲି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବାଳମୁକୁନ୍ଦ ମେହେର, ସମ୍ମାନୀତ ଅତିଥି ଭାବେ ଧନଞ୍ଜୟ ପାତ୍ର, ଲକ୍ଷ୍ମିନ୍ଦ୍ର ଭୂକ୍ତା, ହରିଚନ୍ଦ୍ର ଭୋଇ, କ୍ଷମାନିଧି ଭୂକ୍ତା, ବିନୋଦ ପଟ୍ଟନାୟକ, ମହେଶ୍ୱର ସାହୁ ଯୋଗ ଦେଇଥିଲେ ।