ବୌଦ୍ଧ ଟାଉନ ହଲ ଠାରେ ଆଇନସେବା ଶିବିର (ମେଗା କ୍ୟାମ୍ପ) ଅନୁଷ୍ଠିତ

0
174

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୩/୧୧) : ଶନିବାର ପୂର୍ବହ୍ନ ଘ.୧୦.୩୦ ମି. ସମୟରେ ବୌଦ୍ଧ ଟାଉନ ହଲ ଠାରେ ମେଗା ଆଇନ ସେବା ଶିବିର ( ମେଗା କ୍ୟାମ୍ପ) ଅନୁଷ୍ଠିତ ହୋଇଯାଇଛି lbb620ccb 22f0 4fc6 9d52 858f1a60028d ବୌଦ୍ଧ ଟାଉନ ହଲ ଠାରେ ଆଇନସେବା ଶିବିର (ମେଗା କ୍ୟାମ୍ପ) ଅନୁଷ୍ଠିତ

ବୌଦ୍ଧ ଟାଉନ ହଲ ଠାରେ ଆଇନସେବା ଶିବିର (ମେଗା କ୍ୟାମ୍ପ) ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଏହି କ୍ୟାମ୍ପ ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସରକାରଙ୍କ ବିଭିନ୍ନ ସ୍କିମ ପହଂଚି ପାରିବ ଓ ଜନସାଧାରଣ ତାର ସୁଫଳ ପାଇ ପାରିବେ ବୋଲି ନିଜ ମତ ବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥି ଭାବେ ଅତିରିକ୍ତ ପୋଲିସ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଜ଼ିଲ୍ଲା ଜଜ ପ୍ରତିମା ପଣ୍ଡା, ଜଜ, ଫ୍ୟାମିଲି କୋଟ ପ୍ରସନ୍ନ କୁମାର କର୍ଣ୍ଣ ଯୋଗ ଦେଇ ଜନ ସାଧାରଣ ଆଇନଗତ ଦିଗ ଉପରେ ଆଲୋଚନ କରିଥିଲେ l

ପରେ ପରେଅତିଥି ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା | ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲିଫଲେଟ ବଣ୍ଟନ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲ ଯାଇ ଜନସାଧାରଣ ଙ୍କୁ ସରକାର ଙ୍କ ନିଭିନ୍ନ ଯୋଜନା ବିଷୟରେ ବୁଝାଯାଇଥିଲା |4f71f9fb fcbf 4a15 a1fb 2de26c3d4663 ବୌଦ୍ଧ ଟାଉନ ହଲ ଠାରେ ଆଇନସେବା ଶିବିର (ମେଗା କ୍ୟାମ୍ପ) ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଏବଂ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟର ସିଭିଲ କୋର୍ଟ -ପ୍ରିତିଶ କୁମାର ରାଉତରାୟ,ସିନିୟର ସିଭିଲ ଜଜ ଦୁର୍ବାସା ଦୁର୍ଗା, ସେକ୍ରେଟାରୀ, ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଚରଣଜିତ ଓରାମ, ଉପଖଣ୍ଡ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସୁମିତ୍ରା ସାହୁ, ସିଭିଲ ଜଜ ଜୁନିଅର ଡିଭିଜନ ପ୍ରବେଶନର ବିକାଶ କିରଣ ମିଶ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ ଓ ଅବିନାଶ ପାଣ୍ଡିଆନ ଏବଂ ଓକିଲ ମାନେ ଯୋଗ ଦେଇଥିଲେ |