ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ : ଅଫଲାଇନ୍‌ ରେ ହେବ ପାଠପଢ଼ା

0
205

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୫/୧୧) : ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ | ଧିରେ ଧିରେ ଟ୍ରାକ୍‌କୁ ଫେରୁଛି ଶିକ୍ଷା ବ୍ୟବସ୍ଥା । ପୂର୍ବରୁ ଅଷ୍ଠମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିଥିବା ବେଳେ ଆଜିଠୁ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ।

ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ | ସକାଳ ସାଢେ ୯ ଟାରେ ଆରମ୍ଭ ହେବ କ୍ଲାସ୍ । କରୋନା କଟକଣା ଭିତରେ ଖୋଲୁଛି ସ୍କୁଲ । ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ମିଳିଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି । ହେଲେ ପିଲାମାନେ ଚାହିଁଲେ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ରେ କୁହାଯାଇଛି । ସେପଟେ କୋଭିଡ୍ ମୁକ୍ତ ପାଠପଢ଼ା ଲାଗି ସ୍କୁଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ହାତ ଧୋଇବାକୁ ପାଣିର ବ୍ୟବସ୍ଥା ହୋଇଛି । ସାନିଟାଇଜର ବି ରଖାଯାଇଛି । କୋଭିଡ୍ ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହୋଇଛି । ଅନଲାଇନ୍‌ କ୍ଲାସ୍ ସେତେଟା ପ୍ରଭାବି ହୋଇପାରିନି । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି । ପ୍ରତିଦିନ ସାନିଟାଇଜ୍ ହେଉଛି ସ୍କୁଲ କ୍ୟାମ୍ପସ୍ । ତେଣୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାରେ କୌଣସି ସମସ୍ୟା ହେବନି ବୋଲି ଆଶା କରାଯାଉଛି । କୋଭିଡ୍ ଆତଙ୍କ କମୁଥିବାରୁ ଧୀରେ ଧୀରେ ଖୋଲୁଛି ସ୍କୁଲ ଏବଂ ପିଲାଙ୍କ ପାଠପଢା ସ୍ୱାଭାବିକ ହେଉଛି ।

ଆଜିଠୁ ଷଷ୍ଠ ଓ ସପ୍ତମ ଖୋଲିଥିବା ବେଳେ ଏବେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କ ଅଫ୍‌ଲାଇନ୍‌ ରେ ପାଠପଢ଼ା ଆରମ୍ଭ ହୋଇଯାଇଛି । ଅବଶିଷ୍ଟ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ କ୍ଲାସ୍‌ ଖୋଲିନି । ତେଣୁ ପରବର୍ତ୍ତୀ ସମୟରେ ଉକ୍ତ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ।