ୱାର୍ଡ ଭୋଟର ତାଲିକା ରେ ହିତାଧିକାରୀ ଙ୍କ ନାମ ପରିବର୍ତ୍ତନ କୁ ନେଇ ଦୃଢ ପ୍ରତିବାଦ

0
234

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୭/୧୧) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ କୁ ନେଇ ବିଭିନ୍ନ ମହଲରେ ଅଙ୍କ କସା ଆରମ୍ଭ ହୋଇଯାଇଛି | ଏହି ଅଙ୍କ କସା ଭିତରେ ବଳି ପଡୁଛି ସାଧାରଣ ଜନତା | ୱାର୍ଡ ଭୋଟର ତାଲିକା ରେ ନାମ ପରିବର୍ତ୍ତନ କୁ ନେଇ ଏକ ଅଭିଯୋଗ କରିଛନ୍ତି ସୁବାଷ ଚନ୍ଦ୍ର ପ୍ରଧାନ |WhatsApp Image 2021 11 18 at 8.45.04 AM ୱାର୍ଡ ଭୋଟର ତାଲିକା ରେ ହିତାଧିକାରୀ ଙ୍କ ନାମ ପରିବର୍ତ୍ତନ କୁ ନେଇ ଦୃଢ ପ୍ରତିବାଦ

ହରଭଙ୍ଗା ବ୍ଲକ ର ହରଭଙ୍ଗା ପଞ୍ଚାୟତ ୧୫ ଟି ୱାର୍ଡ କୁନେଇ ଗଠିତ | ଶ୍ରୀ ପ୍ରଧାନ ହରଭଙ୍ଗା ପଞ୍ଚାୟତ ସୁରୁଣ୍ଡି ଗ୍ରାମର ୦୩ ୱାର୍ଡ ର ସ୍ଥାୟୀ ବାସିନ୍ଦା ଅଟନ୍ତି | ସୁରୁଣ୍ଡି ଗ୍ରାମ ହରଭଙ୍ଗା ପଞ୍ଚାୟତ ର ୦୩ ଓ ୦୪ ଦୁଇଟି ୱାର୍ଡ ନେଇ ଗଠିତ | ଶ୍ରୀ ପ୍ରଧାନ ବିଗତ ନିର୍ବାଚନ ରୁ ଆଜି ପର୍ଯ୍ୟନ୍ତ ୩ ନମ୍ବର ୱାର୍ଡ ରେ ସେ ଓ ତାଙ୍କ ଧର୍ମ ପତ୍ନୀ ରୀନା ପ୍ରଧାନ (୩୮) ଭୋଟ ଦେଇଆସୁଛନ୍ତି | କିନ୍ତୁ ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନ ୱାର୍ଡ ଭୋଟର ତାଲିକା ରେ ଶ୍ରୀ ପ୍ରଧାନ ଙ୍କ ନାମ ୦୪ ନମ୍ବର ୱାର୍ଡ କୁ ପରିବର୍ତ୍ତନ ହୋଇଯାଇଛି |

ଏହାକୁ ନେଇ ସେ ମତ ବ୍ୟକ୍ତ କରିଛନ୍ତି ଯେ ଏହି ଅଦଳ ବଦଳ କିଛି କୂଟନୀତିଜ୍ଞ ରାଜନୈତିକ ବ୍ୟକ୍ତି ଆଗାମୀ ନିର୍ବାଚନ କୁ ନେଇ ନିଜ ସ୍ୱାର୍ଥ ପାଇଁ ଏପରି କରିଛନ୍ତି | ତାଙ୍କ ଭଳି ଏହି ଗ୍ରାମରେ ୪ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଙ୍କ ନାମ ଦୁଇ ୱାର୍ଡ ରେ ପରିବର୍ତ୍ତନ ହୋଇଥିବା ର ଜଣାପଡିଛି |

ଯଦି ଏହି ପରିବର୍ତ୍ତନ କୁ ପୁର୍ବ ୱାର୍ଡ ତାଲିକାରେ ପରିବର୍ତ୍ତନ କର ନ ଯାଏ ତେବେ ଭୋଟ ବର୍ଜନ କରିବା ର ମଧ୍ୟ ଅଭିଯୋଗ ଆଣିଛନ୍ତି ଶ୍ରୀ ପ୍ରଧାନ | ଏଣୁ ଏହା ପ୍ରତି ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆଶା ରଖିଛନ୍ତି ଗ୍ରାମବାସୀ |