ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସର ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

0
281

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,(୨୦/୧୧) : ପବିତ୍ର ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣମୀ ଅବସର ରେ ରାୟଗଡ଼ା ସହର ରେ ଥିବା ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସର ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା ।

ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଧବ ବୋହୁ ଓ ସାଧବ ପୁଅ ବେଶରେ ସଜ୍ଜିତ ହୋଇ ଉତ୍କଳର ସେହି ପୁରୁଣା ନୌବାଣିଜ୍ୟ ର ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ବିଦ୍ୟାଳୟ ପରିସର ରେ ଏକ କୃତ୍ତିମ ପୋଖରୀ ନିର୍ମାଣ କରି ସେଥିରେ ଡ଼ଙ୍ଗା ଭସାଇବାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ନିଜ ମାଁ ସହ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।

ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଏହି ଉତ୍ସବ କୁ ମନଭରି ଉପଭୋଗ କରିବା ସହ ଉତ୍କଳର ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ କୁ ସଫଳ ରୂପ ଦେବାରେ ସହଯୋଗ କରିଥିଲେ । ବିଦ୍ୟାଳୟ ରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ରାୟଗଡ ଜିଲ୍ଲାର ବୁଦ୍ଧିଜୀବୀ ଓ ଅଭିଭାବକ ଭୁୟସୀ ପ୍ରଶଂସା କରିଛନ୍ତି।