ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ : “ମୁଁ ଭି ଭୋଟର ହେବି, ଦେଶ ଗଢିବି”

0
169

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,(୧୯/୧୧) : ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lWhatsApp Image 2021 11 20 at 8.01.54 AM 1 ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ : "ମୁଁ ଭି ଭୋଟର ହେବି, ଦେଶ ଗଢିବି"

ଗତ ତା ୧୮/୧୧/୨୧ ରିଖ ଦିନ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଓ ମଧ୍ୟାହ୍ନ ୧୨.୦୦ ଘଟିକା ସମୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

କାର୍ଯ୍ୟକ୍ରମରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଶ୍ରୀ ସୂର୍ଯ୍ୟନାରାୟଣ ମହାରଣା, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଉଭୟ କଲେଜରେ ଅଧ୍ୟକ୍ଷା ମାନେ ଜାତୀୟ ସେବା ଅଧିକାରୀ ମାନେ, ପୌର ପରିଷଦ ର ଚନ୍ଦ୍ରଶେଷଖର ରଥ, ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦାନ କରି ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ଉପରେ ଓ ଆସନ୍ତା ୧/୦୧/୨୦୨୨ ରିଖସୁଦ୍ଧା ୧୮ ବର୍ଷ ହେବାକୁ ଥିବା ଛାତ୍ରଛାତ୍ରୀ ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ନିଜର ହାତମୁଠାରେ ରେଜିଷ୍ଟ୍ରେସନ କରିପାରିବେ l ଏହା ସହିତ ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ସଚେତନତା କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ lWhatsApp Image 2021 11 20 at 8.01.55 AM ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ : "ମୁଁ ଭି ଭୋଟର ହେବି, ଦେଶ ଗଢିବି"

ଦେଶର ଯୁବତୀ ଯୁବକମାନେ ଭୋଟଦାନରେ ସାମିଲ ହେଲେ ଆମ ଦେଶର ଗଣତନ୍ତ୍ର ସୁଦୃଢ଼ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ନିଜର ବକ୍ତବ୍ୟରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକା ସଂଶୋଧନ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଧିକାରୀ ମାନେ ଆଲୋଚନା କରିଥିଲେ l ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇ ମୁଁ ଭୋଟର ହୋଇ ଗର୍ବିତ ସେଲଫି ଉଠାଇ ଥିଲେ l