ବଣ ମଲ୍ଲୀ ବଣ ରେ ମଉଳି ଯାଉଛି

0
317

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ,(୧୮/୧୧) : ରାୟଗଡା ଜିଲ୍ଲା ଗୁଣୁପୁର ଅଧିଷ୍ଠିତ ଆଦିବାସୀ ଅଞ୍ଚଳ ରେ ବଣ ମଲ୍ଲୀ ବଣ ରେ ମଉଳି ଯାଇଛି । ଦକ୍ଷିଣ ଓଡ଼ିଶାରେ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥିବା ବେଳେ ବହୁ ପ୍ରତିଭାବାନ ଯୁବକ ଯୁବତୀ ଦିନକୁ ଦିନ ସେମାନଙ୍କ ପ୍ରତିଭା ସାରା ଓଡ଼ିଶାରେ ନିଜ ପରିଚୟ ଦେବା ପାଇଁ ଆତୁର ହୋଇଛନ୍ତି ।WhatsApp Image 2021 11 20 at 10.46.28 AM 1 ବଣ ମଲ୍ଲୀ ବଣ ରେ ମଉଳି ଯାଉଛି

ହେଲେ କପାଳ ଲିଖନ କେ କରିବ ଆନ ଭଳି ବଣ ମଲ୍ଲୀ ବଣରେ ହିଁ ମଉଳି ଯାଉଛି । କେତେବେଳେ ଅର୍ଥ ସାଜିଛି ବାଧକ ତ କେତେବେଳେ ନିଜ ପରିଚୟ କୁ ପଥଭ୍ରଷ୍ଟ ଶିକାର ହୋଇଛନ୍ତି ଅଞ୍ଚଳ ର ପ୍ରତିଭାବାନ ଯୁବକ ଯୁବତୀ । ଏଭଳି ଯୁବକ ଯୁବତୀ ମାନଙ୍କ ପାଇଁ ଜଣେ ସଧାରଣ ରୁ ଅସାଧାରଣ ଅନ୍ଧ ର ଲଉଡି ଭଳି ବିଦ୍ୟମାନ ହୋଇଛନ୍ତି ଗୁଣପୁର ର ଜଣେ ପ୍ରତିଭା ପ୍ରେମି, ନିଃସ୍ଵାର୍ଥପର, ସମାଜସେବା ରେ ନିଜକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ଯାହାଙ୍କ ନାଁ ପଞ୍ଚାନନ ଚୌଧୁରୀ ।

ଗୁଣପୁର ରେ ଜନ୍ମଗ୍ରହଣ କରିଛନ୍ତି ଏହି ମହାନ ବ୍ୟକ୍ତି । ତାଙ୍କ ଧର୍ମପତ୍ନୀ ଅନିତା ସାହୁ ଜଣେ ବାଳିକା ମହା ବିଦ୍ୟାଳୟରେ ଲେଡି ମେଟ୍ରନ ଭାବେ କାର୍ଯ୍ୟ କରୁଥିବା ବେଳେ ମିଷ୍ଟର ଚୌଧୁରୀ ଜଣେ ଛୋଟ ଛୋଟ ଠିକା କାର୍ଯ୍ୟ କରୁଥିଲେ । ନିୟତି ର ନିର୍ଦ୍ଦେଶନା ବାଳିକା ବିଦ୍ୟାଳୟରେ ଜଣେ ଝିଅ ର ଅନନ୍ୟା ପ୍ରତିଭା ବିଳାସିନୀ ସବର ବୋଲି ଜଣେ ଆଦିବାସୀ ଝିଅ କୁ ଦେଖିଥିଲେ ଅନିତା ସାହୁ ଏବଂ ତାଙ୍କ ମନରେ ସେହି ପ୍ରତିଭା କୁ ପ୍ରଷ୍ପୁଟିତ କରିବାର ପାଇଁ ମନସ୍ଥ କରିଥିଲେ ଅନିତା |

ସ୍ୱାମୀ ସ୍ତ୍ରୀ ଏହି ପ୍ରତିଭାବାନ ଝିଅ ର ଆଶାଟିକୁ ଆଗକୁ ବଢ଼ିବାରେ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କଲେ | ଶେଷରେ ଝିଅଟିକୁ ସାରା ଓଡ଼ିଶାରେ ଲୋକଲୋଚନ କୁ ଆଣିଥିଲେ । କଥାଟି ଏତିକିରେ ସମାପ୍ତ ହୋଇ ନ ଥିଲା | ଉଭୟ ସ୍ୱାମୀ ଓ ସ୍ତ୍ରୀ ମିଶି ଅଞ୍ଚଳ ର ଏଭଳି ପ୍ରତିଭା ମାନଙ୍କ ମନସ୍ଥ କଲେ ଗୋଟେ କଳା ଓ ସଂଗୀତ ମହାବିଦ୍ୟାଳୟ କରି ସେଥିରେ ଗରିବ ନିଃସହାୟ ପ୍ରତିଭା ମାନଙ୍କୁ କିଛି ସାହାଯ୍ୟ କଲେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢି ଉଠିବ । ବର୍ତ୍ତମାନ ମି ଚୌଧୁରୀ ଓ ତାଙ୍କ ସ୍ତ୍ରୀ ମିଳିତ ଉଦ୍ୟମରେ ଗୁଣପୁର ନିଳାଦ୍ରୀ ବିହାର ୩ ୟ ଗଳି ରେ ୩୦/୦୯/୨୦୨୦ ରେ ପ୍ରତିଷ୍ଠା କଲେ ସଂଗିତ ଓ କଳା ମହାବିଦ୍ୟାଳୟ, ବର୍ତ୍ତମାନ ସେଇଠି ୩୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ସ୍ଥିରୀକୃତ ହୋଇ ସାରିଥିବା ଵେଳେ ଦକ୍ଷିଣାଞ୍ଚଳ କଳା ଓ ସଂଗୀତ ପ୍ରତିଭା ଙ୍କ ପାଇଁ ଅନେକ ଉଚ୍ଚ ଆସା ରଖିଛନ୍ତି ମି ଚୌଧୁରୀ ଓ ତାଙ୍କ ସହଧର୍ମିଣୀ । ଚୌଧୁରୀ ପରିବାର ଏଭଳି ଜନ କଲ୍ୟାଣ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ଭୁରିଭୂରି ପ୍ରଶଂସା କରିଛନ୍ତି ।