ଗୁପ୍ତେଶ୍ୱର ଜଙ୍ଗଲରେ ବମ ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ

0
269

ରିପୋର୍ଟ : ଏନ. ସନ୍ତୋଷ କୁମାର
ବୈପାରୀଗୁଡା,(୨୦/୧୧) : ବୈପାରୀଗୁଡା ଥାନା ଅନ୍ତର୍ଗତ ଓଡିଶା-ଛତିଶଗଡ ସୀମା ଗୁପ୍ତେଶ୍ୱର ଜଙ୍ଗଲରେ ବମ ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଟିଫିନ ବୋମାକୁ ବିଏସଏଫ ଯବାନ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଛନ୍ତି lWhatsApp Image 2021 11 20 at 12.41.23 PM ଗୁପ୍ତେଶ୍ୱର ଜଙ୍ଗଲରେ ବମ ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ

ବୈପାରୀଗୁଡା ଥାନା ଅନ୍ତର୍ଗତ ରାମଗିରି ପଞ୍ଚାୟତ ର ଗୁପ୍ତେଶ୍ୱର ଜଙ୍ଗଲରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସନ୍ଧାନୀ କୁକୁର ସାହାଯ୍ୟରେ ପୂଜାରୀଗୁଡା ଛକ ଯାତ୍ରା ନିବାସ ନିକଟ ରାସ୍ତା କଢ଼ରେ ଏକ ଟିଫିନ ବୋମାକୁ ଖଞ୍ଜା ଯାଇଥିବା ଜାଣିବାକୁ ପାଇଥିଲେ ସୁରକ୍ଷା କର୍ମୀ l ବୈପାରୀଗୁଡା ସ୍ଥିତ ୧୫୧ ଵିଏନ ବିଏସଏଫ କୋମାଣ୍ଡେଣ୍ଡ ଅଜୟ କୁମାରଙ୍କ ତତ୍ୱାବଧାନରେ ଏହି କଣ୍ଟେନେର ବୋମାକୁ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଛନ୍ତି ସ୍ପ୍ଲେସଲ ଅପରେସନ୍ ପାର୍ଟି l ମାଓବାଦୀଙ୍କ ଏକ ବଡ ଚକ୍ରାନ୍ତ କୁ ସୁରକ୍ଷା କର୍ମୀଙ୍କ ସ୍ପ୍ଲେସଲ ଅପରେସନ୍ ପାର୍ଟିର ଦ୍ୱାରା ବିଫଳ କରାଯାଇଥିବା ଜଣା ପଡିଛି l