-5.7 C
Innichen
Saturday, January 22, 2022

ମହିଳା ଏବଂ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବଙ୍କ ବୌଦ୍ଧ ଗସ୍ତ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୨/୧୧) : ମହିଳା ଏବଂ ଶିଶୁ ବିକାଶ ବିଭାଗ ର ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ଆଜି ବୌଦ୍ଧ ଗସ୍ତରେ ଥିଲେ |

ମହିଳା ଏବଂ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବଙ୍କ ସହ ୟୁନିସେଫ ରାଜ୍ୟ ପରାମର୍ଶଦାତ୍ରୀ ଦେବୀକା ସାହୁ, ପ୍ରୋଗ୍ରାମ ମ୍ୟାନେଜର (ଓ ଏସ ସି ପି ସି ଆର) ପ୍ରିତିକାନ୍ତ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇଙ୍କ ସହ ହରଭଙ୍ଗା ବ୍ଲକର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ୱାନ ଷ୍ଟପ ସେଣ୍ଟର (ସକ୍ଷୀ), ସ୍ୱଧାର ଗୃହ ଓ ଶିଶୁ ଯତ୍ନ ଅନୁଷ୍ଠାନ ଇତ୍ୟାଦି ବୁଲି ତଦାରଖ କରିଥିଲେ । ପରେ ପରେ ବୌଦ୍ଧ ବ୍ଲକ ର ଓଲଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ଓ କିଶୋରୀ ବାଳିକା ଏବଂ ମମତା ମାଁ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଶେଷରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ସାକ୍ଷାତ କରି ଜିଲାରେ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles