୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା; ଦୁଇ ମୃତ

0
16
୧୬

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୬/୦୫) : ଗଞ୍ଜାମ ଥାନା ଅଧୀନ ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । 

୧୬ ନମ୍ବର ଜାତୀୟ ରାଜପଥ ଜୟଶ୍ରୀ ଶନିମନ୍ଦିର ଛକ ଡେଡ ଜୋନ୍‌ ଭାବେ ପରିଚୟ ପାଇଛି ବାରମ୍ବାର ସେଠାରେ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ କେତକ ଖଣ୍ଡିଆ ହୋଇ ମେଡିକାଲ୍‌ ଗଲେଣି ଆଜି ଠିକ ସେହି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଉକ୍ତ ସଡ଼କ ଦୁର୍ଘଟଣାରେ ଏକ ସ୍କୁଟିକୁ ଆର୍‌ଜେ୦୨ଜି -ବି ୬୪୯୫ନମ୍ବର ବିଶିଷ୍ଟ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦ୍ୱୟ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁ ଗ୍ରାମର ଶରତ ଦାସ ଓ ମିଥୁନ ଦାସ ।

ଘଟଣାର ଖବର ପାଇଁ ଗଞ୍ଜାମ ଥାନା ପୋଲିସ ମୃତ ଦ୍ୱୟଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟେଇ ଥିବା ଟ୍ରକ୍‌କୁ ପୁଲିସ ଜବତ କରି ତଦନ୍ତ ଚଳାଇଛି । ସଡ଼କ ଦୁର୍ଘଟଣା କିପରି ରୋକାଯିବ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ସହର ବସି ଅନୁରୋଧ କରିଛନ୍ତି ।

Leave a Reply