ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟପ୍ରାଣୀ

0
253

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୨/୧୧) : ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ବଢି ଚାଲିଛି । ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟପ୍ରାଣୀ | ଲଗାତାର ବନ୍ୟପ୍ରାଣୀ ମାନଙ୍କୁ ଶିକାରୀମାନେ ଶିକାର କରୁଛନ୍ତି । 1e473a11 d1eb 445b b056 43af0a811e40 ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟପ୍ରାଣୀ

ଏମିତି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟପ୍ରାଣୀ, ଏସବୁ ସତ୍ତ୍ବେ ବନବିଭାଗ କର୍ମଚାରୀଙ୍କ ଚେତା ପଶୁନି । ଫଳରେ ବିଭାଗୀୟ କାର୍ଯ୍ୟଦକ୍ଷତା ନେଇ ସନ୍ଦେହ ସୃଷ୍ଟି କରିଛି । ରବିବାର କଣ୍ଟାମାଳ ବନାଞ୍ଚଳ ଅଧିନ ଘଣ୍ଟାପଡା ଅଞ୍ଚଳରୁ ପୁଣି ଜବତ ହୋଇଛି ବାଘ ଛାଲ । ଏସଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବୌଦ୍ଧ‐କନ୍ଧମାଳ ସୀମାନ୍ତ ଘଣ୍ଟାପଡା ଅଞ୍ଚଳରେ ଚଢ଼ାଉ କରାଯାଇ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ଏହା ଜବଦ କରାଯାଇଛି ।

ବୌଦ୍ଧ ଜିଲ୍ଲାରେ ବାରମ୍ବାର ବାଘଛାଲ ଜବଦ ହେଉଛି ଅଥଚ ବନବିଭାଗ ଖବର ପାଉନି । ପୋଲିସ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଚଢ଼ଉ କରି ବିଭିନ୍ନ ସମୟରେ ବାଘଛାଲ ଜବଦ କରୁଛି । ପୂର୍ବରୁ ୨ ଟି ସ୍ଥାନରେ ବାଘଛାଲ ଜବତ ହୋଇସାରିଥିବା ବେଳେ ଆଜି ମଧ୍ୟ ଏହି ଘଟଣାରେ ଜଣକୁୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡା ଥାନା ଖମନଖୋଲ ପଞ୍ଚାୟତ ଅନ୍ତର୍ଗତ ପୁରୁଘାଟ ଗ୍ରାମର ଶଚିତନ ନାୟକ । ଜବତ ବାଘଛାଲ କୁ ପରବର୍ତ୍ତି ତଦନ୍ତ ଓ ରାସାୟନିକ ପରୀକ୍ଷା ପାଇଁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି । ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧି ପ୍ରଧାନ ସୂଚନା ଦେଇଛନ୍ତି ।