ବୌଦ୍ଧ ମିଶନ ଶକ୍ତି ଜରିଆରେ ଗ୍ରାମାଞ୍ଚଳରେ ତିଆରି ହେବ ୩୮ ଟି ବ୍ୟାଙ୍କ

0
314

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୦/୧୧) : ବୌଦ୍ଧ ମିଶନ ଶକ୍ତି ମାଧ୍ୟମରେ ୩୮ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଙ୍କୁ ଚୟନ କରାଯାଇ ବିଜନେସ କରେଶପଣ୍ଡେନ୍ସ ଏଜେଣ୍ଟ ଭାବେ କାମ କରିବା ପାଇଁ ଏହି ମହିଳା ମାନଙ୍କୁ ଏକ ଦିବସିୟ ପ୍ରଶିକ୍ଷଣ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୌଦ୍ଧର ସଭା ଗୃହରେ ଆୟୋଜନ କରାଯାଇଛି |ae63e20c d07f 4736 84ed f4f5099f59b0 ବୌଦ୍ଧ ମିଶନ ଶକ୍ତି ଜରିଆରେ ଗ୍ରାମାଞ୍ଚଳରେ ତିଆରି ହେବ ୩୮ ଟି ବ୍ୟାଙ୍କ

ପ୍ରଶିକ୍ଷଣ ପରେ ଏହି ମହିଳା ମାନେ ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବେ | ବୌଦ୍ଧ ମିଶନ ଶକ୍ତି ଏହି ପ୍ରଶିକ୍ଷଣ ଶିବିରରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅଶ୍ୱିନୀ ମେହେର ଅଧ୍ୟକ୍ଷତା କରିଥିଲେ | LDM ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଶ୍ରୀ ଫ୍ରାନସିସ ବାର୍ଲା, ଡିପିସି ଶ୍ରୀ ଦେବଦତ୍ତ ମିଶ୍ର ଓ ମିଶନ ଶକ୍ତି ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ | ICICI ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ରୁ ଶ୍ରୀ ପ୍ରିୟରଞ୍ଜନ ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ |