ରାଜ୍ୟ ସ୍ତରୀୟ ମାଁ ଭୈରବୀ କପ ଫୁଟବଲ ଟୁର୍ନାମେଣ୍ଟ ୨୦୧୧ ପାଇଁ ପ୍ରସ୍ତୁତି ବୈଠକ

0
234

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୨/୧୧) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ର ସମ୍ମାନ ଜନକ ରାଜ୍ୟ ସ୍ତରୀୟ ମାଁ ଭୈରବୀ କପ ଫୁଟବଲ ଟୁର୍ନାମେଣ୍ଟ ୨୦୧୧ ପାଇଁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଆଜି ର ଏହି ରାଜ୍ୟ ସ୍ତରୀୟ ମାଁ ଭୈରବୀ କପ ଫୁଟବଲ ଟୁର୍ନାମେଣ୍ଟ ୨୦୧୧ ପାଇଁ ପ୍ରସ୍ତୁତି ବୈଠକରେ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ରେ ଟୁର୍ନାମେଣ୍ଟ ଆୟୋଜନ ନେଇ ଆଲୋଚନା ହୋଇଥିଲା | ବୈଠକରେ ଆସୋସିଏସନ ସଭାପତି ସୁରେନ ପ୍ରଧାନ, ଆବାହକ ଅଶୋକ କୁମାର ଅଗ୍ରୱାଲ, ସମ୍ପାଦକ ପ୍ରାଣବନ୍ଧୁ ସାହୁ, ଭୈରବୀ କ୍ଳବ ସଭାପତି ଅକ୍ରୁର ସେଠି ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ | ଟୁର୍ନାମେଣ୍ଟ ଆୟୋଜନ ନେଇ ବୈଠକ ରେ ଚର୍ଚ୍ଚା କରି କିପରି ଏହି ପ୍ରତିଯୋଗିତା ଟି ସୁରୁଖୁରୀ ରେ ସମାପ୍ତ ହେବ ତାହା ବିଚାର କରିଥିଲେ |