ଏକ କମ୍ପାନୀ ରୁ ଲୁଗା ସାମଗ୍ରୀ ଯୋଗାଇ ଦେବା ଆଳରେ ଠକେଇ ଅଭିଯୋଗ

0
186

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୨/୧୧) : ଏକ କମ୍ପାନୀ କୁ ଟଙ୍କା ଦେଇଦେବା ପରେ ଜାଲ ଏକାଉଣ୍ଟ ଦେଇ ଉକ୍ତ କମ୍ପାନୀ ର ଜିନିଷ ପତ୍ର କିମ୍ବା ନଗଦ ଟଙ୍କା ଫେରସ୍ତ ନ କରିବା ନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଦମ୍ପତ୍ତି ।

ସୂଚନା ଅନୁଯାୟୀ, ଟିଟିଲାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ର ମନୋରଞ୍ଜନ ବେହେରା (ବ-୩୭) ଗତ ତା ୨୭/୧୦/୨୦୨୧ ରିଖ ଦିନ ତାଙ୍କ ସ୍ତ୍ରୀ ସହ ମିଶି ଗୁରୁକୃପା ନାମକ ଏକ କମ୍ପାନୀ କୁ ଯାଇ ସେଠି ନଗଦ ୩୧ ହଜାର ଟଙ୍କା ଦେଇ ବିଭିନ୍ନ ଜିନିଷ ପତ୍ର ଟ୍ରାନ୍ସପୋର୍ଟ ଜରିଆରେ ପଠେଇ ଦେବାକୁ କହିଥିଲେ ଓ ତାର ବିଲ ମଧ୍ୟ ଆଣିଥିଲେ । ହେଲେ ଉକ୍ତ କମ୍ପାନୀ ରୁ ପୁନଃ ଆଉ ଏକ ଏକାଉଣ୍ଟ ଦେଇ ୧୬,୬୨୦ (ଷୋହଳ ହଜାର ଛଅ ସହ କୋଡିଏ) ଟଙ୍କା ଦେବାକୁ କହିଥିଲେ ।

ଫୋନ ରେ ସେ କହିବା ରୁ ଉକ୍ତ ଟଙ୍କା ଅହମଦାବାଦ ସ୍ଥିତ ଗୁରୁକୃପା ନାମକ କମ୍ପାନୀ କୁ ଦେଇଥିବା ଏକାଉଣ୍ଟ ନମ୍ବର ରେ ଗତ ତା ୩୦/୧୦/୨୦୨୧ ରିଖ ଦିନ ଟଙ୍କା ଜମା କରିଥିଲେ । ଉକ୍ତ କମ୍ପାନୀ ସାତ ଦିନ ଭିତରେ ଟ୍ରାନ୍ସପୋର୍ଟ ରେ ପଠେଇ ଦେବା ପ୍ରତିଶ୍ରୁତି ଦେଇଥିଲେ । ଏବେ ସୁଦ୍ଧା ବାରମ୍ବାର ଫୋନ ରେ ଉକ୍ତ କମ୍ପାନୀ ର ଲୁଗା ସାମଗ୍ରୀ ମାନ ପଠେଇବାକୁ କହିବା ସତ୍ତ୍ୱେ ସେ ଟଙ୍କା ପାଇ ସାରି ଆଉ ଦେବ ନାହିଁ, ତଥା ଆଉ ପଚାଷ ହଜାର ଟଙ୍କା ଜମା କରିବା ପରେ ଉକ୍ତ ଲୁଗା ସାମଗ୍ରୀ ପ୍ରେରଣ କରିବ ବୋଲି କହୁଥିବା ପ୍ରକାଶ କରିଛନ୍ତି ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀ ।

ସେ ତାର ଏକାଉଣ୍ଟ ନମ୍ବର ନ ଦେଇ ଅନ୍ୟ ଏକ ଏକାଉଣ୍ଟ ନମ୍ବର ଦେଇ ସବୁ ଟଙ୍କା ହଡପ କରିଦେବା ଚେଷ୍ଟା କରିବା ସହ ଗତ ତା ୩୦/୧୦/୨୦୨୧ ରିଖ ଦିନ ଦିଲୀପ ସୁବାସ ଗିରିସ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଯାଇ ବକେୟା ଟଙ୍କା ତୁରନ୍ତ ଡ଼ିପୋଜିଟ କର କହି ଚାଲିଯାଇ ଥିଲେ ଓ ଏକାଉଣ୍ଟ ନମ୍ବର ଦେଇଥିଲେ । ଏବେ ଉକ୍ତ କମ୍ପାନୀ ପୁନଃ ଫୋନ ରେ ୫୦ ହାଜର ଟଙ୍କା ଦେବାକୁ କହୁଥିବା ବେଳେ ଏ ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ କରିଛନ୍ତି ।

ଏ ନେଇ ଟିଟିଲାଗଡ଼ ଥାନା ର ଦ୍ୱାରସ୍ଥ ହୋଇଥିବା ଦମ୍ପତ୍ତି ପରି ବଲାଙ୍ଗୀର ଜିଲ୍ଲାର ମୁରିବାହଲ ଥାନା ଅନ୍ତର୍ଗତ ଗୁଡିଘାଟ, ଉଦେପୁର, ଗୁଲମୀ ଗ୍ରାମ ର ଚାରି ଜଣ ଏକ ଲକ୍ଷ ପଚାଷ ହଜାର ଟଙ୍କା ଲେଖାଏଁ ଜମା କରି ଅନୁରୂପ ଭାବେ ଠକେଇ ର ଶିକାର ହୋଇ ସାରିଥିବା ବେଳେ ଓଡିଶା ର ରାଜ୍ୟ ବାହାର ଘଟଣା ହୋଇଥିବା ଯୋଗୁଁ ପୋଲିସ ଅସମର୍ଥତା ପ୍ରକାଶ କରିଛି । ଏପରି କି ଫୋନ ଯୋଗେ ଟିଟିଲାଗଡ଼ ପୋଲିସ ଯୋଗାଯୋଗ କରି ସୁଦ୍ଧା କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ।

ଏହି କିଛି ନିର୍ଦ୍ଦିଷ୍ଟ କମ୍ପାନୀ ଏଭଳି ନା ନା ଆଳରେ ମୋଟା ଅଙ୍କ ର ଟଙ୍କା ଠକେଇ କରିଆସୁଥିବା ବେଳେ ଏ ଦିଗରେ ବିଭାଗୀୟ ବରିଷ୍ଠ ଅଧିକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।