ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ ରେ “ମୁଁ ଭି ଭୋଟର ହେବି ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
159

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡ଼ା,(୨୩/୧୧) : ରାୟଗଡ଼ା ଜିଲ୍ଲା ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଓ ଆଇକ୍ୟୁଏସି ସେଲର ମିଳିତ ଉଦ୍ୟମରେ “ମୁଁ ଭି ଭୋଟର ହେବି “ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ହୃଷିକେଶ ଜାଲି ଓ ଅଧ୍ୟାପକ ବିରାଟ କିଶୋର ପଣ୍ଡାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଭୋଟର ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ଦିଲୀପ କୁମାର ବେହେରା, ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର ଅଧକ୍ଷ ଡ଼ା ଦେବାନନ୍ଦ ମିଶ୍ର, ଡ଼ା ରାମନାଥ ମହାପାତ୍ର,ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ, ଜିପିଇଓ ନାରାୟଣ ସେଠି ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ଦେଶ ର ଯୁବଗୋଷ୍ଠୀ ମାନେ ଭୋଟ ଦାନରେ ସାମିଲ ହେଲେ ଆମ ଦେଶର ଗଣତନ୍ତ୍ର ସୁଦୃଢ଼ ହେବ ଏବଂ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ନିଜ ନାମକୁ ପଞ୍ଜି କରଣ କରାଇନିଅନ୍ତୁ ବୋଲି ପ୍ରକାଶ କରିଥିଲେ l

ବିଏଲଓ କିଶୋର ପ୍ରଧାନଙ୍କୁ ଦାୟିତ୍ୱର ସହ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା, ଛାତ୍ରଛାତ୍ରୀ ମାନେ କିପରି ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ, ରେଜିଷ୍ଟ୍ରେସନ କରିପାରିବେ ସେନେଇ ପରାମର୍ଶ ଦିଆଯାଇଥିଲା l ଶେଷରେ ଅଧ୍ୟାପକ ରମାକାନ୍ତ ଚିଞ୍ଚୁଆନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l