ସିଲାଇ‌ ବିଦ୍ୟାଳୟ ଶିକ୍ଷୟିତ୍ରୀ ତାଲିମ୍ ଶିବିର ଉଦଯାପିତ

0
145

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡ଼ା,(୨୧/୧୧) : ରାୟଗଡା ଜିଲ୍ଲା ର ମୁନିଗୁଡା ଠାର ଅବସ୍ଥିତ ଶ୍ରୀ ଶ୍ରୀ ବାସବୀ କନ୍ୟାକା ପରମେଶ୍ଵରୀ କଲ୍ୟାଣ ମଣ୍ଡପ ପରିସରରେ ସିଡବି ଓ ଉଷା କମ୍ପାନୀ ସହାୟତା ତଥା ଗ୍ରାମ ଉତଥାନ ଏବଂ ମହାଶକ୍ତି ଫାଉଣ୍ଡେସନ ପରିଚାଳନା କ୍ରମେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇ ଥିବା ‌୯ ଦିନିଆ ଆବାସିକ ସ୍ୱାବଲମ୍ବନ ସିଲାଇ‌ ବିଦ୍ୟାଳୟ ଶିକ୍ଷୟିତ୍ରୀ ତାଲିମ୍ ଶିବିର ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି ।

ପ୍ରଥମ ଦୁଇ ଦିନ ମେସିନ୍ ପ୍ରସ୍ତୁତି ଏବଂ ମରାମତି ଶିକ୍ଷା ଦିଆଯିବା ସହ ସାତ ଦିନ ବ୍ୟାପି ଛୋଟ ପୁଅ ଝିଅ ଓ ମହିଳା ମାନେ ବ୍ୟବହାର କରୁଥିବା ଅଙ୍ଗ ବସ୍ତ୍ର ଗୁଡ଼ିକର ମାପ ସହ ପ୍ରସ୍ତୁତି ସଂମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା । ୨୫ ଟି ଗ୍ରାମ ର ୨୫ ଜଣ ମହିଳା ମାନଙ୍କୁ ସିଲାଇ ବିଦ୍ୟାଳୟ ରାଜ୍ୟ ତତ୍ୱାବଧାରକ ପ୍ରଭାତି ଖୁଣ୍ଟିଆ, ସହ ତାଲିମ୍ ଦାତ୍ରି ସଂଯୁକ୍ତା ନାଥ ତାଲିମ୍ ପ୍ରଦାନ କରିଥିଲେ । ଉଦଯାପନି ଉତ୍ସବ ରେ ତାଲିମ୍ ପ୍ରାପ୍ତ ସିଲାଇ‌ ବିଦ୍ୟାଳୟ ଶିକ୍ଷୟିତ୍ରୀ ମାନଙ୍କୁ ସିଲାଇ ମେସିନ୍, ମରାମତି ସାମଗ୍ରୀ,ସହାୟକ ପୁସ୍ତିକା, ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ଫାଉଣ୍ଡେସନ ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ସଂଞ୍ଚଳିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ଶିକ୍ଷୟିତ୍ରୀ ହେମଲତା କଣ୍ଟୁରୁ, ଖବରଦାତା ନନ୍ଦକିଶୋର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ । ପ୍ରକଳ୍ପ ସଂଯୋଜକ ଦେବେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।