୪ ବର୍ଷ ହେଲା ଜିଓ ଟାୱାର ନିର୍ମାଣ ପରେ ବି ଜିଓ ସେବା ଅଚଳ

0
151

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ,(୫/୧୧) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଆଜିକୁ ୪ ବର୍ଷ ହେଲା ଜିଓ ଟାୱାର ନିର୍ମାଣ ହୋଇଛି କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । 

ସରକାର ତରଫରୁ ଅନଲାଇନ ଶିକ୍ଷା ପାଇଁ ବ୍ୟବସ୍ଥା କରୁଛନ୍ତି କିନ୍ତୁ ଏହି ପଞ୍ଚାୟତ ଅଧୀନ ରେ ଅବସ୍ଥିତ ଗ୍ରାମବାସୀ ଅଙ୍କର ପିଲାମାନେ ପାଠ ପଢା ରୁ ବଞ୍ଚିତ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆମ୍ବୁଲେନ୍ସ କୁ ଫୋନ୍ କରି ବା ଲାଗି ଏହି ଗ୍ରାମ ରୁ ପ୍ରାୟ ୧୨ କିମି ଗଲାପରେ ଟିକେ ଟାୱାର ମିଳୁଛି । ଗ୍ରାମ ପଞ୍ଚାୟତ ର ସମସ୍ତ ବାସିନ୍ଦା କହିବା ଅନୁଯାୟୀ ଏ.ମେ.ଲେ. ଓ ରାଜନେତା, ବିଡ଼ିଓ ଡି ଆର ଡି ଏ ଓ ସମସ୍ତ କୁ କହିବା ପରେ ମଧ୍ୟ ଆଜିକୁ ୪ ବର୍ଷ ହେଲା ତାହା କାର୍ଯ୍ୟକାରୀ ହୋଇ ନାହିଁ |

ଏଣୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ପାଖାପାଖି ୫୦ଖଣ୍ଡ ବାସିନ୍ଦା ଉପକୃତ ହୋଇ ପାରିଥାନ୍ତେ । ଯଦି ଏହା କାର୍ଯ୍ୟକାରୀ ନ ହେଲେ ଆନ୍ଦୋଳନ କରି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ରେ ଉଚିତ୍ ଜବାବ ଦିଆ ଯିବ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ପଦ୍ମନାଭ ସେନାପତି, ଜଗନ୍ନାଥ, ସୁଶାନ୍ତ, ପ୍ରତାପ,ଚିଣ୍ଟୁ, ଜିତେନ୍ଦ୍ର ଓ ସଦାନନ୍ଦ,ଓ ଗ୍ରାମ ର ବ୍ୟକ୍ତି ବିଶେଷ ମତ ପ୍ରକାଶ କରିଛନ୍ତି ।