ସରାଙ୍ଗ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଅନନ୍ତ ଶୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
178

ରିପୋର୍ଟ : ଶୁଭମ ପାଣି //
ପରଜଙ୍ଗ, (୧୮-୦୭-୨୦୨୧): ଆଜି ସରାଙ୍ଗ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଅନନ୍ତ ଶୟନ ପରିସରରେ “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ଅନନ୍ତ ଶୟନର ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ପାଇଁ ଆଲୋଚନା ହୋଇଥିଲା |24b2d609 63d7 4f59 bd69 673c114a2f60 ସରାଙ୍ଗ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଅନନ୍ତ ଶୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ସରାଙ୍ଗ ସରପଞ୍ଚ ଧରିତ୍ରୀ ମହାଳିକ ଯୋଗ ଦେଇ ବୃକ୍ଷ ରୋପଣ କରି କହିଥିଲେ ଆମ ପରିବେଶ ଓ ଅନନ୍ତ ଶୟନକୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ହେଲେ ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ପଡିବ ତାହା ସହ ଆମ ପରିବେଶ ଓ ପର୍ଯ୍ୟଟନ ସ୍ଥଳୀକୁ ସବୁବେଳେ ପରିସ୍କାର ରଖିବା ପାଇଁ ପଡିବ, ଜିଲ୍ଲା ତଥା ରାଜ୍ୟ ବାହାରୁ ଦୈନ ଦିନ ବହୁତ ପର୍ଯ୍ୟଟନ ଆସିଥାନ୍ତି, ଏହାର ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟ କରଣ, ଅଲୋକୀକରଣ ଓ ସୁରକ୍ଷା ଦାୟିତ୍ୱ ପର୍ଯ୍ୟଟନ ବିଭାଗ ନିଜ ହାତକୁ ନେବା ପାଇଁ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଓ ସମସ୍ତଙ୍କର ଅତିପ୍ରିୟ ସୁଖ ଦୁଃଖର ସାଥି ଯୁବନେତା ଅସିତ କୁମାର ରାଈ ଚୌଧୁରୀ (ଚିଣ୍ଟୁ) ଭାଇ ଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା|

ଏହାର ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ପାଇଁ ପର୍ଯ୍ୟଟନ ବିଭାଗ ର ହସ୍ତକ୍ଷେପ ଲୋଡିବେ ବୋଲି ଯୁବନେତା ମତପ୍ରକାଶ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ରୂପକ ରଞ୍ଜନ ସାହୁ, ଯୁବଶକ୍ତି ର ସୁଶାନ୍ତ କୁମାର ସିଂହ, ଆକାଶ ଦେହୁରୀ, ଅଜିତ କୁମାର ପ୍ରଧାନ, ଅମୀୟ କୁମାର ପ୍ରଧାନ, ଆଶୀଷ ପୃଷ୍ଟି, ଦୁଃଖବନ୍ଧୁ ବରାଳ, ବିକାଶ ପୃଷ୍ଟି, ନରେନ୍ଦ୍ର ସିଂହ, ରାକେଶ ପୃଷ୍ଟି, ବିକ୍ରମ ବେହେରା ସାମିଲ ଥିଲେ