ଗତ ଏପ୍ରିଲ ମାସରେ ହୋଇଥିବା ଏକ ବଳାତ୍କାର ମାମଲାର ଦୋଷୀକୁ ଗିରଫ କଲା ଟାଉନ ପୋଲିସ

0
187

ରିପୋର୍ଟ: ଶୁଭମ ପାଣି //
ଢେଙ୍କାନାଳ (୧୮/୦୭) : ଗତ ଏପ୍ରିଲ ମାସରେ ଢେଙ୍କାନାଳ ମେଡିକାଲ ପାଖରେ ହୋଇଥିବା ଏକ ବଳାତ୍କାର ମାମଲାର ଦୋଷୀକୁ ଗିରଫ କରିବାରେ ଢେଙ୍କାନାଳ ଟାଉନ ପୋଲିସକୁ ମିଳିଛି ସଫଳତା ।

ବଳାତ୍କାର ମାମଲା: ଗତ ଗତ ଏପ୍ରିଲ ମାସରେ ୨୭/୨୮.୦୪.୨୦୨୧ ମଧ୍ୟବର୍ତ୍ତୀ ରାତିରେ ଜଣେ ବୃଦ୍ଧ ମହିଳା (୬୫) ବର୍ଷ ଯିଏ DHH, Dhenkanal ରେ ନାତୁଣୀର ଦେହ ଅସୁସ୍ଥ ଥିବାରୁ ସେବା କରୁଥିବା ସମୟରେ ଏକ ଦକ୍ଷିଣକାଳୀ ପୋଖରୀ ନିକଟରେ ଜଣେ ଅଜ୍ଞାତ ଯୁବକଙ୍କ ଦ୍ୱାରା ଯୌନ ନିର୍ଯାତନା ପାଇଥିଲେ |

DHHA ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ପୀଡିତା ମହିଳାଙ୍କ ଜମା ଉପରେ ଅନୁସନ୍ଧାନ ବେଳେ ଏହା ଜଣାପଡିଛି ଯେ ୧୮.୦୭.୨୦୨୧ ରେ ଗିରଫ ହୋଇଥିବା ଜଣେ ଅପରାଧୀ ସମ୍ପୃକ୍ତ ଏବଂ ଆଜି ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ଉପରେ ଆକ୍ରମଣ କରିଥିଲା । ତା ଠାରୁ ଏକ ମୋଟର ସାଇକେଲ ଜବତ କରିବା ସହ ଟାଉନ ପୋଲିସ ତରଫରୁ U/S 376(D), 376(2)(m) ଧାରା ଲାଗୁକରାଯାଇଛି ।