କୋଶଲ ରାଜ୍ୟ ସମନ୍ୱୟ ସମିତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍ଷପାତିତା ନେଇ ସାମ୍ବାଦିକ ସମ୍ମିଳନୀ

0
196

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୧୮-୦୭): କୋଶଲ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ସ୍ଥାନୀୟ ଯାଦବ ଭବନ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଉପେକ୍ଷା ଓ ଆଞ୍ଚଳିକ ବୈଷମ୍ୟ ଆଚରଣ ବିରୁଦ୍ଧରେ କୋଶଲ ଯୁବ ସମନ୍ବୟ ସମିତି ପଦଯାତ୍ରା କରି ଦୃଢ ପ୍ରତିବାଦ କରିବ ବୋଲି ସମିତିର କାର୍ଯ୍ୟକାରୀ ସଭାପତି ରିଲୁ ରଥ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାର ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ପ୍ରାୟ ୮ ଲକ୍ଷ ୧୭ ହଜାର ୪୪୪ଟି ପ୍ରଧାନମନ୍ତ୍ରୀ ଆବାସ ଘୋଷଣା କରିଥିଲେ। ହେଲେ ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ ସଂପୂର୍ଣ୍ଣ ବାଦ ଦେଇଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ସ୍ଥାନୀୟ ଯାଦବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ କୋଶଲ ସମନ୍ଵୟ ସମିତିର କୋଶଲ ସ୍ୱାଭିମାନ ପଦ ଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପଦଯାତ୍ରା ୫ଟି ପର୍ଯ୍ୟାୟରେ ହେବ ବୋଲି ସୂଚନା ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୩ ତାରିଖରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିରରୁ ପଦଯାତ୍ରା ଆରମ୍ଭ ହୋଇ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାପ୍ତି ହେବ ବୋଲି କହିଥିଲେ । ଏହି ୬ ଦିନିଆ କାର୍ଯ୍ୟକ୍ରମରେ କଳାହାଣ୍ଡି,ବଲାଙ୍ଗୀର ଓ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ହକ୍ ମଗାଯିବ ବୋଲି KYCC ସାଧାରଣ ସମ୍ପାଦକ ଅଚ୍ୟୁତ ସିପୁନ୍ ଖମାରୀ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଛୁଆ ପଶ୍ଚିମାଞ୍ଚଳର ଜିଲ୍ଲାମାନଙ୍କୁ ବାଦ ଦେବା । ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବକୁ ଦୃଢ ନିନ୍ଦା କରିବା ସହ ଏହା ପଶ୍ଚିମାଞ୍ଚଳ ଲୋକଙ୍କ ସ୍ବାଭିମାନକୁ ଆହ୍ୱାନ ବୋଲି KYCC ଉପସଭାପତି ବିନୋଦ କାଲସାଏ, ଆବାହକ ରଞ୍ଜନ ଖୁଆସ, ବିଶିଷ୍ଟ ଯୁବ କୋଶଲବାଦୀ ଗିରିରାଜ ଭୋଇ ପ୍ରମୁଖ ସମାଲୋଚନା କରିଥିଲେ।

ସେହିପରି ଏ ଅଞ୍ଚଳର ସାଂସଦ ଓ ବିଧାୟକ ଲୋକ ପ୍ରତିନିଧିଙ୍କ ଦୁର୍ବଳ ପ୍ରତିବାଦର ସ୍ବର ନିନ୍ଦନୀୟ । ପେସବୁକ୍ ପ୍ରତିବାଦ କାମର ନୁହେଁ ବୋଲି କହିଥିଲେ। କୋଭିଡକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଜିଲ୍ଲାରେ ଆଉ ୫ ଦଫାରେ ପଦଯାତ୍ରା ମାଧ୍ୟମରେ ଜନ ଜାଗରଣ କରି ବିଶାଳ ଜନ ଆନ୍ଦୋଳନ ଯୋଜନା କରାଯିବା ଯୋଜନା ରହିଛି। ଆଞ୍ଚଳିକ ବୈଷମ୍ୟ ଗ୍ରହଣୀୟ ନୁହେଁ ଏଣୁ ଜନ ସାଧାରଣ KYCCର ପ୍ରତିବାଦରେ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ସମର୍ଥନ କରିବା ପାଇଁ ଶ୍ରୀ ରଥ ଅନୁରୋଧ କରିଥିଲେ।