ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୬/୧୧) : ଆଜି କାଶୀନଗର ସହରରେ ଥିବା ପ୍ରେସ କ୍ଳବ୍ ଓ ଶ୍ରୀ ରାମ ଡିଗ୍ରୀ କଲେଜ ରେ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି ।
ପ୍ରେସ କ୍ଳବ୍ ଓ ଶ୍ରୀ ରାମ ଡିଗ୍ରୀ କଲେଜ ରେ ଏନ୍ ସି ସି ଯୁବ ରେଡ କ୍ରସ୍, ଏନ୍ ଏସ ଏସ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ୍ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବନ୍ ପାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଛାତ୍ର ଛାତ୍ରୀ ତଥା କର୍ମଚାରୀ ଙ୍କୁ ସମ୍ବିଧାନ ର ଅଧିକାର ଓ କର୍ତ୍ତବ୍ୟ ନେଇ ଶପଥ ପାଠ କରାଇଥିଲେ । ନଭେମ୍ବର ୨୬ ତାରିଖ ୧୯୪୯ ମସିହାରେ ସମ୍ବିଧାନ ପ୍ରସ୍ତୁତି ଶେଷ ହୋଇଥିଲା | ଏଣୁ ଏହି ଦିବସର ମହତ୍ତ୍ଵ ସମ୍ପର୍କରେ ଶ୍ରୀ ବନ୍ ପାଲି ବୁଝାଇଥିଲେ । ଶେଷରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରଶ୍ମି ରଞ୍ଜିତା ମହାରଣା ୧ମ, ୱାଇ.ଅମୃତା ୨ୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ସ୍ଥାନୀୟ ପ୍ରେସ କ୍ଲବ ଠାରେ ମଧ୍ୟ ଏହି ଦିବସ ପାଳିତ ହୋଇଛି । ସଭାପତି ହୃଷି କେଶ୍ ଗୌଡ ଏହି କାର୍ଯ୍ୟ କ୍ରମ ଆୟୋଜନ କରିଥିଲେ ।