ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

0
239

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୨୬/୧୧) : ଅଦ୍ୟ ନଭେମ୍ବର ୨୬ ତାରିଖରେ ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l

ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ପ୍ରାଧିକରଣ ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ସଂଚାଳନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ତିରଞ୍ଜନ ପାତ୍ର, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁ ବ୍ରହ୍ମା, ଆଡ଼ହକ ଏଡିଜେ ଶ୍ରୀ ଗଣେଶ୍ୱର ପତି, ସିଜେଏମ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟ୍ରାର ଶ୍ରୀମତୀ ପ୍ରତିମା ପାତ୍ର, ସେକ୍ରେଟାରୀ ଡିଏଲଏସଏ ଶ୍ରୀ ମନୋରଞ୍ଜନ ମିଶ୍ର, ସବଜଜ ଶ୍ରୀମତୀ ଶତରୁପା ଶତପଥୀ, ମହିଳା କୋର୍ଟ ଜଜ ଶ୍ରୀମତୀ ସୋନାଲ ଶର୍ମା, ଏସଡିଜେଏମ ରାଜେନ୍ଦ୍ର ଦାସ, ଜେଏମଏଫସି ଗୁରୁ ଜେନାମଣି, ଜେଏମଏଫସି ଯୁଧିଷ୍ଠିର ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l82fdc868 ce1b 4172 a7f9 65a36e468a32 ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସମବେତ ସମସ୍ତ ବିଚାରପତି, ଆଇନଜୀବୀ, ପିଏଲଭି, ଏବଂ କୋର୍ଟ ର କର୍ମଚାରୀ ମାନେ ସମ୍ବିଧାନ ର ମୁଖବନ୍ଧ ପାଠ କରିଥିଲେ l ଅତିଥି ମାନେ ନିଜ ର ବକ୍ତବ୍ୟ ରେ ସମ୍ବିଧାନ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ନାଗରିକ ମାନଙ୍କ ର ମୌଳିକ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ l ନିଜ ନିଜ ର ବ୍ୟକ୍ତିଗତ ତଥା ବୃତ୍ତିଗତ ସ୍ତର ରେ କର୍ତ୍ତବ୍ୟନିଷ୍ଟ ହେଇ ଭାରତ କୁ ଏକ ଉନ୍ନତ ଓ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ରେ ପରିଣତ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ l

ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ନିଜ ର ଅଭିଭାଷଣ ରେ କବିତା ମାଧ୍ୟମ ରେ ଆଜିର ଦିବସ ପାଳନ ର ଯଥାର୍ଥତା ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା କୋର୍ଟ ତଥା ଆଇନସେବା ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ l